fbpx

ଗାଡି ଚଳାଇବା ବେଳେ ମୋବାଇଲରେ ଗପିବା ଏବେ ପଡିବ ମହଙ୍ଗା! ଜାଣନ୍ତୁ ନୂଆ ଟ୍ରାଫିକ୍ ନିୟମ

ଗାଡି ଚଳାଇବା ବେଳେ ଏବେ ମୋବାଇଲରେ ଗପିବା ଆପଣଙ୍କୁ ପଡିବ ମହଙ୍ଗା । ଉତ୍ତରପ୍ରଦେଶ ମୋଟରଯାନ ନିୟମାବଳୀ ଅନୁସାରେ ନୂଆ ନିୟମ ଏନେଇ ଜାରି କରାଯାଇଛି । ନୂଆ ନିୟମ ଅଧିନରେ ଏବେ ଗାଡି ଚଳାଇବା ବେଳେ ଫୋନରେ କଥା ହେଲେ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଲାଗୁ ହେବ । ୧୬ଜୁନର କ୍ୟାବିନେଟ ନିଷ୍ପତ୍ତିକୁ କାର୍ଯ୍ୟକାରି କରିବାକୁ ୟୁପି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପ୍ରଥମଥର ପାଇଁ ୨ ଚକିଆ ଗାଡି, ୪ ଚକିଆ ଗାଡି ଚଳାଇବା ସମୟରେ କଥା ହେଲେ ୧ ହଜାର ଜୋରିମାନା ଲାଗିବ । ଏହା ପରେ ୨ୟ ଥର ଫୋନରେ କଥାହେଲେ ସିଧାସଳଖ ୧୦ ହଜାରର ଚାଲାଣ କଟାଯିବ । ଆଜିଠାରୁ ବିନା ହେଲମେଟରେ ଗାଡି ଚଲାଇବା ପାଇଁ ୧୦୦୦ ଟଙ୍କାର ଜୋରିମାନା ଲଗାଯିବ । ସିଟ ବେଲ୍ଡ ବିନା କାର ଚଳାଇଲେ ୧୦୦୦, ଲାଇସେନ୍ସ ବିନା ଧରାଗଲେ ବା ୧୪ ବର୍ଷରୁ କମ୍ ବର୍ଷର ପିଲା ଗାଡି ଚଳାଉଥିବାର ଧରାପଡିଲେ ୫୦୦୦ ଟଙ୍କା ଜୋରିମାନା ଲାଗିବ ।

Get real time updates directly on you device, subscribe now.