ଭୁବନେଶ୍ବର: ବବିଙ୍କ ପିଛା ଛାଡୁନି ବିବାଦ । ବବି ଦାସଙ୍କ ଭାଇଙ୍କ ନାଁରେ ଏତଲା ଦିଆଯାଇଖିବା ଖବର ସାମ୍ନାକୁ ଆସିଛି । ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଏତଲା ଦିଆଯାଇଛି । ବ୍ୟବସାୟୀ ଜଣକ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା ଦେଇଛନ୍ତି । କେବେଳ ଧମକ ନୁହେଁ ଟଙ୍କା ଛଡେଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ସେ ଏତଲାରେ ମଧ୍ୟ ଦର୍ଶାଇଛନ୍ତି । BNS 115(2),296,3(5), 303(2) ଓ 324(4)ରେ ମାମଲା ହୋଇଛି ।
ସୂଚନା ଅନୁସାରେ, ହାଟକୁ ନେଇ ସ୍ଥାନାନ୍ତରଣକୁ ନେଇ କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଝୁଡି ଧରି ମାର୍କେଟକୁ ଯାଇଥିଲେ । ଏହି ସମୟରେ ବବି ଦାସଙ୍କ ପୁଅ ଏବଂ ତାଙ୍କର କିଛି ସମର୍ଥକ ବ୍ୟବସାୟୀଙ୍କୁ ଧମକ ଦେଇଥିଲେ । କେବଳ ଏତିକି ନୁହେଁ ତାଙ୍କ ଝୁଡିରେ ରହିଥିବା କିଛି ଟଙ୍କା ମଧ୍ୟ ସେ ଛଡାଇ ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଝୁଡିରେ 10 ହଜାର ଟଙ୍କାର ପରିବା ରହିଥିବା ବେଳେ ତାକୁ ମଧ୍ୟ ନଷ୍ଟ କରିଦେଇଥିବା ଖବର ସାମ୍ନାକୁ ଆସୁଛି । ତେବେ ଏହି ଘଟଣାକୁ ନେଇ ତାଙ୍କ ଅଡୁଆ ବୃଦ୍ଧି ପାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ବବି ଦାସ ।