fbpx

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସଲମାନ ଓ କରନ ଜୋହରଙ୍କ ସମେତ ୮ଜଣଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ, ୧୭ା୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ବଲିଉଡ଼ ଠାରୁ ଆରମ୍ଭ କରି ସାରା ଦେଶରେ ହଇଚଇ ସୃଷ୍ଟି କରିିଥିଲା । ସେ ନିଜେ ତାଙ୍କ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ହେଲେ କାହିଁକି ସେ ଆତ୍ମହତ୍ୟା କରିଥିଲେ ଏନେଇ ପୋଲିସ ଖୋଳତାଡ଼ କରୁଛି । ଏହାରି ମଧ୍ୟରେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ତାଙ୍କ ଆତ୍ମହତ୍ୟା ମାମଲାରେ ବଲିଉଡ଼ର କେତେକ ସଫଳ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ନାମରେ ଏତଲା ରୁଜୁ ହୋଇଛି । ସେମାନେ ହେଲେ ସଲମାନ ଖାନ୍, କରଣ ଜୋହର, ଏକତା କପୁର, ସଞ୍ଜୟ ଲୀଲା ଭନସାଲୀ, ସାଜିଦ ନାଦିଆଦୱାଲା, ଆଦିତ୍ୟ ଚୋପ୍ରା, ଭୂଷଣ କୁମାର ଏବଂ ଦୀନେଶ ।
ଆଇନଜୀବୀ ସୁଧୀର ଓଝା କହିଛନ୍ତି ଯେ ସେମାନେ ଆତ୍ମହତ୍ୟା ପାଇଁ ସୁଶାନ୍ତଙ୍କୁ ପରୋକ୍ଷରେ ପ୍ରେରଣା ଦେଇଥିଲେ । ଏନେଇ ସେମାନଙ୍କ ବିରୋଧରେ ସିଜେଏମ କୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଓଝା ଦାଖଲ କରିଥିବା ଅଭିଯୋଗ ପତ୍ରରେ ସେ ଦର୍ଶାଇନ୍ତି ଯେ କରଣ ଜୋହର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆଡ଼ୱାଲା, ସଲମାନ ଖାନ, ସଞ୍ଜୟ ଲୀଲା ଭନସାଲୀ, ଭୂଷଣ କୁମାର ଏକତା କପୁର ଏବଂ ନିର୍ମାତା-ନିର୍ଦ୍ଦେଶକ ଦୀନେଶ ଭାଇଜାନ ମିଶି ଷଡ଼ଯନ୍ତ୍ର କରିଥିଲେ । କାରଣ ସୁଶାନ୍ତଙ୍କୁ କୌଣସି ଫିଲ୍ମ ଜଡ଼ିତ ଇଭେଣ୍ଟକୁ ନିମନ୍ତ୍ରଣ କରାଯାଇନଥିଲା । ତାଙ୍କ ମୃତ୍ୟୁ ଷଡ଼ଯନ୍ତ୍ର ନେଇ କଙ୍ଗନା ରାଣାୱତ ସାକ୍ଷୀ ଅଛନ୍ତି ବୋଲି ସୂଚନା ରହିଛି ।

Get real time updates directly on you device, subscribe now.