fbpx

ବିଶ୍ୱର ପ୍ରଥମ ଘଟଣା: ବୃକ୍ଷଠାରୁ ମଣିଷ ଶରୀରରେ ବ୍ୟାପୁଛି ଏକ ଭୟଙ୍କର ଫଙ୍ଗସ, WHO ଜାରି କଲା ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷ ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ମଣିଷ କରୋନା, ବ୍ଲାକ ଫଙ୍ଗସ, ଓମିକ୍ରନ ଆଦି ବିଭିନ୍ନ ପ୍ରକାର ଭାରିଆଣ୍ଟର ସଂକ୍ରମଣର ଶିକାର ହେଉଛି । ତେବେ ଏହା ମଧ୍ୟରେ ପୁଣି ଏକ ଫଙ୍ଗସକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ବିଶ୍ୱରେ ପ୍ରଥମ ଥର ପାଇଁ ବୃକ୍ଷ ଚାରାକୁ ସଂକ୍ରମିତ କରୁଥିବା ଫଙ୍ଗସ ମଣିଷକୁ ସଂକ୍ରମିତ କରୁଥିବା ଜଣାପଡ଼ିଛି । ଏହା ମଣିଷ ପାଇଁ ବହୁତ ବିପଦଜ୍ଜନକ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ଛତୁର ଚାରାରୁ ମଣିଷ ଶରୀରକୁ ଏହି ଫଙ୍ଗସ ସଂକ୍ରମିତ କରୁଛି । ଏହା ଦୁନିଆର ପ୍ରଥମ ମାମଲା । ଜଙ୍ଗଲରେ ଛତୁ ସନ୍ଧାନ କରୁଥିବା ଜଣେ ଭାରତୀୟ ଏଥିରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମଣ ପରେ କୋଲକାତାର ୬୧ ବର୍ଷୀୟ ରୋଗୀଙ୍କ ଠାରେ କିଛି ଲକ୍ଷଣ ଦେଖାଯାଇଥିଲା । ଫଳରେ ରୋଗୀଙ୍କ କ୍ଷେତ୍ରରେ ତିନି ମାସ ପର୍ଯ୍ୟନ୍ତ ଖାଦ୍ୟ ଗିଳିବାରେ ସମସ୍ୟା ଦେଖାଦେଇଥିଲା । ତେବେ ଏହାପରେ ସିଟି ସ୍କାନ କରିବା ପରେ ଗଳାରେ ଏକ ଫଙ୍ଗସ ରହିଥିବା ଦେଖାଯାଇଥିଲା ।

ଏହାପରେ ଛୁଞ୍ଚି ସହାୟତାରେ ଉକ୍ତ ଫଙ୍ଗସର ସାମ୍ପୂଲକୁ ନେଇ ଯାଞ୍ଚ କରଯାଇଥିଲା । ତେବେ ଯାଞ୍ଚ ରିପୋର୍ଟରେ ତାହା Chondrostereum purpureum ନାମକ ଏକ ଫଙ୍ଗସ ବୋଲି କୁହାଯାଇଥିଳା । ଏହି ଫଙ୍ଗସ ‘ସିଲଭର ଲିଫ ଡିଜିଜ’ ନାମକ ଏକ ବୀମାରୀକୁ ବିସ୍ତାର କରାଇଥାଏ । ଏହା ବାୟୁର ଅତ୍ୟନ୍ତ ଫାଇନ୍ ପାର୍ଟିକଲରେ ବ୍ୟାପିଥାଏ । ଏହା ଯେଉଁ ପତ୍ର ଉପରେ ଅବସ୍ଥାନ କରେ, ତା’ର ରଙ୍ଗ ଉଡ଼ିଯିବା ସହ ଶୁଖିଯାଇଥାଏ ।

ତେବେ ଗଳାରେ ଗମ୍ଭୀର ସଂକ୍ରମଣ କାରଣରୁ ରୋଗୀ ଖାଦ୍ୟ ଗୁଳି ପାରୁନଥିଲେ । ଏହା କେବେ ସଂକ୍ରମଣ କରିଥିଲା ତା’ର ସଠିକ୍ ତାରିଖ ଜଣାପଡ଼ୁନାହିଁ । ଯଦି ଠିକ୍ ସମୟରେ ଏହାର ଚିକିତ୍ସା କରାନଯାଏ ତେବେ ଫଙ୍ଗସ ରୋଗୀର ଶ୍ୱାସନଳୀକୁ ନଷ୍ଟ କରିବା ସହ ଜୀବନ ପ୍ରତି ବିପଦ ବଢ଼ାଇଥାଏ । ରୋଗୀର ଫଙ୍ଗସ ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ନିକଟକୁ ପଠାଯାଇଥିଲା । ବୃକ୍ଷଠାରେ ହେଉଥିବା ସଂକ୍ରମଣ ମଣିଷକୁ ସଂକ୍ରମିତ କରିପାରେ ବୋଲି ବର୍ତ୍ତମାନ ସୁଦ୍ଧା ରିସର୍ଚ୍ଚରୁ ଜଣାପଡ଼ିଛି ।

Get real time updates directly on you device, subscribe now.