fbpx

ପ୍ୟାକେଜିଂ କମ୍ପାନୀରେ ଭୀଷଣ ନିଆଁ, ଭୟରେ ବିଲ୍ଡିଂ ତଳକୁ ଡେଇଁ ଦୁଇ ମୃତ; ବର୍ତ୍ତିଗଲେ ୧୨୫ରୁ ଅଧିକ ଶ୍ରମିକ

ସୁରତ: ଗୁଜୁରାଟର ସୁରତର କଡୋଡୋରାରେ ଆଜି ସକାଳ ସମୟରେ ଏକ ପ୍ୟାକେଜିଂ କମ୍ପ୍ରାନୀରେ ଭୀଷଣ ନିଆଁ ଲାଗି ଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଏଥିସହିତ ଅନେକ ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି । କିନ୍ତୁ ହାଇଡ୍ରୋକ୍ଲୋରିକ୍ ଲିଫ୍ଟ ଦ୍ୱାରା ୧୨୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଏକାଧିକ ଦମକଳ ଗାଡ଼ି ରହିଛନ୍ତି । ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି । ନିଆଁକୁ ଆୟତ୍ତକୁ ଅଣାଯାଇଥିବା ସୂଚନା ରହିଛି ।

ଘଟଣାଟି ସେତେବେଳେ ଘଟିଲା ଯେଉଁ ସମୟରେ ଶ୍ରମିକ ମାନେ ୫ ମହଲାରେ କାମ କରୁଥିଲେ । ସୁତ୍ରରୁ ଜଣାପଡ଼ିଛି ଯେ, କିଛି ଜଣ ନିଜ ଜୀବନ ବଞ୍ଚାଇବା ପାଇଁ ବିଲ୍ଲିଂରୁ ତଳକୁ ଡେଇଁବାକୁ ପ୍ରୟାସ କରିଥିଲେ । ଯାହାଫଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.