fbpx
BSKY
BJD MC SKY
BJD YOUTH SKY

ଏୟାରପୋର୍ଟରେ ଲାଗିଲା ନିଆଁ: ହୁତୁହୁତୁ ହୋଇ ଜଳୁଛି ବିମାନ ବନ୍ଦର

କୋଲକାତା: କୋଲକାତା ବିମାନବନ୍ଦରରେ ହଠାତ ଘଟିଯାଇଛି ଏକ ବଡ ଧରଣର ଅଗ୍ନିକାଣ୍ଡ । ଏୟାରପୋର୍ଟର ଚେକ୍ ଇନ କାଉଣ୍ଟରରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ତେବେ ନିଆଁ ଖୁବ ଜୋରରେ ଲାଗିତିବାରୁ କିଛିଟା ମୁହୂର୍ତ୍ତ ମଧ୍ୟରେ ଏୟାରପୋର୍ଟ ଧୂଆଁରେ ଭର୍ତ୍ତି ହୋଇ ଯାଇଛି । ଏହାପରେ ଯାତ୍ରୀମାନଙ୍କ ବିମାନବନ୍ଦରରୁ ବାହାରକୁ କଢା ଯାଉଛି । ତେବେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛି । ଏହି ନିଆଁ ଲିଭା କାର୍ଯ୍ୟରେ ୬ଟି ଦମକଳ ବାହିନୀ ଗାଡି ନିୟୋଜିତ ଅଛନ୍ତି ।

Get real time updates directly on you device, subscribe now.