fbpx

ବୈଶାଳୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ: ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ, ୧୯ ପ୍ରଭାବିତ

ଉତ୍ତରପ୍ରଦେଶ: ବୈଶାଳୀ ଏକ୍ସପ୍ରେସ ଟ୍ରେନରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଇଟାୱା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଏହି ଦୁଃର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଦିଲ୍ଲୀରୁ ସହରସା ଯାଉଥିବା ସମୟରେ ହଠାତ ଟ୍ରେନରେ ନିଆଁ ଲାଗିଯାଇଥିଲା । ଟ୍ରେନର ଏସ-୬ କୋଚ ସମେତ ଅନ୍ୟ ଏକ ବଗିରେ ମଧ୍ୟ ନିଆଁ ଲାଗିଥିଲା । ତେବେ ନିଆଁ ଲାଗିଥିବା କାରଣରୁ ଚଳନ୍ତା ଟ୍ରେନରୁ ଯାତ୍ରୀ ତଳକୁ ଡେଇଁପଡିଛନ୍ତି।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି କାରଣରୁ ୧୯ ଜଣ ଯାତ୍ରୀ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.