fbpx

ଏ କି ଚମତ୍କାର ! ହ୍ୟାଣ୍ଡପମ୍ପରୁ ପାଣି ସହିତ ନିଆଁ ବାହାରୁଛି: ବିଶ୍ୱାସ ନହେଲେ ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ କିଛି ଅସାଧାରଣ ଘଟଣା ଦେଖିବାକୁ ମିଳିଥାଏ । ସାଧାରଣ ଭାବେ ଆମେ ହ୍ୟାଣ୍ଡପମ୍ପରୁ ପାଣି ବାହାରୁଥିବା କଥା ଜାଣିଛେ । ତେବେ ଯଦି ଆପଣଙ୍କୁ କୁହାଯିବ ହ୍ୟାଣ୍ଡପମ୍ପରୁ ନିଆଁ ବାହାରୁଛି, ତେବେ ଆପଣ ଆମକୁ ପାଗଳ ବୋଲି କହିବେ । ତେବେ କଥାଟା ସମ୍ପୂର୍ଣ୍ଣ ସତ୍ୟ । ନିକଟରେ ମଧ୍ୟପ୍ରଦେଶର ଛତ୍ରପୁର ଅଞ୍ଚଳରେ ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାର ବର୍ତ୍ତମାନ ଯାଞ୍ଚ ଚାଲିଥିବା ଜଣାପଡ଼ିଛି ।

କୁହାଯାଏ ପାଣି ଓ ନିଆଁ କେବେ ବି ଏକତ୍ର ରହିବେ ନାହିଁ । ମାତ୍ର ଛତ୍ରପୁର ଜିଲ୍ଲାରୁ ଆସିଥିବା ଭିଜୁଆଲରେ ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ଏକ ଅଜବ ପ୍ରକାରର ଦୃଶ୍ୟ ଦେଖିବାକୁ ଆଖାପାଖ ଅଞ୍ଚଳର ଲୋକମାନେ ଭିଡ଼ ଲଗାଇଛନ୍ତି । ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ବର୍ତ୍ତମାନ ଏହି ଘଟଣାର ଯାଞ୍ଚ କରୁଛନ୍ତି ।

ସ୍ଥାନୀୟ ଲୋକଙ୍କ ମୁତାବକ, ଏହି ହ୍ୟାଣ୍ଡପମ୍ପରୁ ସ୍କୁଲ ପିଲାମାନେ ପାଣି ପିଇଥାନ୍ତି । ଗ୍ରାମରେ ମାତ୍ର ଦୁଇଟି ହ୍ୟାଣ୍ଡପମ୍ପ ରହିଥିବା ବେଳେ ଗୋଟିକରୁ ଏବେ ନିଆଁ ବାହାରୁଛି । ତେବେ ହ୍ୟାଣ୍ଡପମ୍ପରୁ ନିଆଁ ବାହାରିବା କିଛି ଚମତ୍କାର ଜିନିଷ ନୁହେଁ ବୋଲି ଭୂଗର୍ଭ ବିଶେଷଜ୍ଞ ମତ ଦେଇଛନ୍ତି । ମାଟି ତଳେ ମିଥେନ୍ ଗ୍ୟାସ ଗରମ ହେବା ଫଳରେ ଏହାର ଘନତ୍ୱ ଜଳଠାରୁ କମ୍ ହୋଇଥାଏ, ତେଣୁ ଏହା ଉପରକୁ ଉଠିଆସେ ।

Get real time updates directly on you device, subscribe now.