fbpx

ଅଗ୍ନିକାଣ୍ଡର ଦାରୁଣ ଚିତ୍ର: ମାଆର ମୃତ୍ୟୁ, ଝିଅ ଗୁରୁତର

ଭଦ୍ରକ, ୧୪ା୩ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାରେ ଅଗ୍ନିକାଣ୍ଡର ଭୟାନକ ପରିଣତି ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ଜଣେ ମହିଳା ଜୀବନ୍ତ ଜଳିଯାଇଥିବା ବେଳେ ୧୦ ବର୍ଷର ଝିଅ ଗୁରୁତର ହୋଇଛି । ବାଣିତିଆ ଗାଁର ମହଲାସାହିର ପ୍ରଭାତ ବେହେରାଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ମାଆ ଓ ଝିଅ ଘରେ ଥିବା ସମୟରେ କୌଣସି କାରଣରୁ ପ୍ରଭାତଙ୍କ ପତ୍ନୀଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଗୁରୁତର ଝିଅକୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡ଼ିନଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Get real time updates directly on you device, subscribe now.