fbpx

ମଣିଷକୁ ବାର୍ଡ ଫ୍ଲୁ: ପ୍ରଥମ ଥର ପାଇଁ ମଣିଷ ଶରୀରରୁ ଚିହ୍ନଟ ହେଲା H5N1 ଭୂତାଣୁ

AAKASH

ନୂଆଦିଲ୍ଲୀ: ମଣିଷ ଶରୀରରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲୁ ଭୂତାଣୁ । ଅଷ୍ଟ୍ରେଲିଆରେ ପ୍ରଥମ ଥର ମଣିଷ ଦେହରୁ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଶିଶୁ ଭାରତରୁ ଅଷ୍ଟ୍ରେଲିଆ ଯାଇଥିବା ବେଳେ ସେଠାରେ ତା’ ଦେହରୁ ଏଚ୫ଏନ୧ ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଗତ ମାର୍ଚ୍ଚ ମାସରେ ଶିଶୁଟି ଅସୁସ୍ଥ ହୋଇଥିôବା ବେଳେ ସେତେବେଳେ ସେ ଗମ୍ଭୀର ଭୂତାଣୁଜନିତ ସଂକ୍ରମଣର ଶିକାର ହୋଇଥିଲେ । ଏବେ ସେ ସୁସ୍ଥ ରହିଥିବା ବେଳେତାଙ୍କ କଣ୍ଟାକ୍ଟ ଟ୍ରେସିଂରେ ଅନ୍ୟ କେହି ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅଷ୍ଟ୍ରେଲିଆରେ କୌଣସି ପକ୍ଷୀଙ୍କ ଠାରେ ଏହି ଭୂତାଣୁ ସଂକ୍ରମଣ ମିଳିନାହିଁ । ମେଲବର୍ଣ୍ଣରେ ଏକ ଅଣ୍ଡା ଫାର୍ମରେ ବାର୍ଡ ଫ୍ଲୁର ଏକ ନୂଆ ଷ୍ଟ୍ରେନ ଏଚ୭ ଷ୍ଟ୍ରେନ ମିଳିଛି । ଆଭିଆନ ଫ୍ଲୁର ଏଚ୫ଏନ୧ ଷ୍ଟ୍ରେନ ସାରା ବିଶ୍ୱରେ ପକ୍ଷୀଙ୍କ ଠାରେ ଘାତକ ସଂକ୍ରମଣ ପାଇଁ ଦାୟୀ ବୋଲି କୁହାଯାଉଛି । ତେବେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ସଂକ୍ରମଣ ଚିହ୍ନଟ ହୋଇନଥିବାରୁ ତାହା ସେତେଟା ଚିନ୍ତାଜନକ ନୁହେଁ ବୋଲି ଡାକ୍ତର ମତ ଦେଇଛନ୍ତି ।

Get real time updates directly on you device, subscribe now.