fbpx

ଦେଶରେ ଆରମ୍ଭ ହେଲା ପ୍ରଥମ ‘କ୍ୱାଣ୍ଟମ୍ କମ୍ପ୍ୟୁଟିଂ’ ଆଧାରିତ ଟେଲିକମ୍ ନେଟୱାର୍କ ଲିଙ୍କ୍; ହ୍ୟାକ କଲେ ମିଳିବ ୧୦ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ୱାଟମ୍ କମ୍ପ୍ୟୁଣ୍ଟି ଆଧାରିତ ଦେଶର ପ୍ରଥମ ଟେଲିକମ୍ ନେଟୱାର୍କ ଲିଙ୍କ ଆରମ୍ଭ ହୋଇଯାଇଛି । ଆନ୍ତର୍ଜାତୀୟ କ୍ୱାଣ୍ଟମ୍ ଏନକ୍ୱେଲ୍‌’କୁ ସମ୍ବୋଧିତ କରି ଟେଲିକମ୍ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜାତୀୟ ରାଜଧାନୀରେ ସଞ୍ଚାର ଭବନ ଏବଂ ସିଜିଓ କମ୍ପେ୍ଲକ୍ସରେ ଥିବା ଜାତୀୟ ସୂଚନା କେନ୍ଦ୍ର (ଏନ୍‌ଆଇସି) ମଧ୍ୟରେ କ୍ୱାଣ୍ଟମ୍ ଯୋଗାଯୋଗ ଲିଙ୍କ ଆରମ୍ଭ ହୋଇଛି ।

ଏହି ଅବସରରେ ଏଥିକାଲ ହ୍ୟାକର୍ସମାନଙ୍କୁ ଏହି ସିଷ୍ଟମ ହ୍ୟାକ୍ କରିବା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଦିଆଯିବ ବୋଲି ଅଶ୍ୱିନୀ ବୈଷ୍ନବ ଘୋଷଣା କରିଛନ୍ତି । ଏହି ଘୋଷଣା କରିବା ସମୟରେ ଟେଲିକମ୍ ମନ୍ତ୍ରୀ କହିଛନ୍ତି, “ଆମେ ମଧ୍ୟ ଏକ ହ୍ୟାକଥନ୍ ଆରମ୍ଭ କରୁଛୁ । ଯିଏ ଏହି ସିଷ୍ଟମ ଏବଂ ସି-ଡଟ୍ ଦ୍ୱାରା ବିକଶିତ ସିଷ୍ଟମକୁ ହ୍ୟାକ୍ କରିପାରିବ, ତାଙ୍କୁ ପ୍ରତ୍ୟେକ ହ୍ୟାକ୍ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ।

ଏହା ସହିତ ବୈଷ୍ନବ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ସଂସ୍ଥାଗୁଡ଼ିକର ଏକ ଛୋଟ ପ୍ରଦର୍ଶନୀ ଉଦଘାଟନ କରିଥିଲେ । ଏହା ସହିତ ସେ ଟେଲିକମ୍ ନେଟୱାର୍କ ଏବଂ ଭାରତୀୟ ରେଳପଥ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଚଳାଇବାକୁ ଏହି ସଂସ୍ଥାଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି ।

କ୍ୱାଣ୍ଟମ୍ କମ୍ପୁଟିଂ ଏକ ମଡର୍ଣ୍ଣ ଟେକନୋଲୋଜି । ଏହି ଟେକନୋଲିଜି ସହିତ କମ୍ପ୍ୟୁଟରକୁ ଅନେକ ସମସ୍ୟାର ସମାଧାନ ପାଇଁ ବ୍ୟବହାର କରାଯାଇଥାଏ । ଏହି କମ୍ପ୍ୟୁଟର ଗୁଡ଼ିକ ଖୁବ୍ ସ୍ପିଡ୍‌ରେ କାର୍ଯ୍ୟ କରିଥାନ୍ତି । କ୍ୱାଣ୍ଟମ୍ କମ୍ପ୍ୟୁଟର ଗୁଡ଼ିକ ଖୁବ୍ ଶୀଘ୍ର ଡାଟା ପ୍ରୋସେସିଂ କରିଥ।।ନ୍ତି ।

 

Get real time updates directly on you device, subscribe now.