fbpx
BSKY
BJD MC SKY
BJD YOUTH SKY

ଛାତି ପୋଡିବାକୁ ଏସିଡିଟି ଭାବି କରନ୍ତୁୁନି ଅଣଦେଖା, ହୋଇପାରେ ଏହି କ୍ୟାନସରର ଲକ୍ଷଣ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ କ୍ୟାନସର ରୋଗ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । କ୍ୟାନସର ବିଭିନ୍ନ ପ୍ରକାରର ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ପେଟ ବା ପାକସ୍ଥଳୀ କ୍ୟାନସର । ଏହା ବହୁତ ଭୟାନକ ହୋଇଥାଏ । କିନ୍ତୁ ପ୍ରଥମରୁ ଚିହ୍ନଟ କରାଯାଇପାରିଲେ ଏହାର ସଫଳ ଚିକିତ୍ସା କରାଯାଇପାରିବ । କୌଣସି ବି ରୋଗକୁ ଆରମ୍ଭରୁ ଚିହ୍ନିବାକୁ ହେଲେ ଆମକୁ ଏହାର ଲକ୍ଷଣ ଓ ସଂକେତ ବିଷୟରେ ଜାଣିବାକୁ ହେବ । ଲକ୍ଷଣକୁ ଚିହ୍ନି ଆରମ୍ଭରୁ ଚିକିତ୍ସା କଲେ କୌଣସି ବି ରୋଗ ଅସାଧ୍ୟ ହେବ ନାହିଁ । ଏହି କ୍ରମରେ ପାକସ୍ଥଳୀ କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା ।
ଏହି କ୍ୟାନସର ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ପେଟରେ ଥିବା କୋଷିକାଗୁଡିକର ଡିଏନଏରେ ମ୍ୟୁଟେସନ ହୋଇଥାଏ । ମ୍ୟୁଟେସନ କାରଣରୁ ଏହି କୋଷିକା ଦ୍ରୁତ ଗତିରେ ବଢିଥାଏ ଓ ଏହା ମରିବା ପରିବର୍ତ୍ତେ ଟ୍ୟୁମରର ରୂପ ନେଇଥାଏ । କ୍ୟାନସର କୋଷିକା ସୁସ୍ଥ କୋଷିକା ଉପରେ ମାଡି ଯାଆନ୍ତି ଓ ଏହା ପେଟର ପ୍ରାଚୀରକୁ ପ୍ରଭାବିତ କରିବା ସହ ସମସ୍ତ ସ୍ୱଭାବିକ କ୍ରିୟାକୁ ପ୍ରଭାବିତ କରିଥାଏ ।
ଲକ୍ଷଣ:
-ଛାତିରେ ପୋଡାଜଳା ହେବା କ୍ୟାନସରର ଏକ ବଡ ଲକ୍ଷଣ ହୋଇଥାଏ । ପେଟରେ କ୍ୟାନସର ହେଲେ ସର୍ବପ୍ରଥମେ ପାଚନ କ୍ରିୟା ପ୍ରଭାବିତ ହୋଇଥାଏ । ତେଣୁ ଆପଣ ଯାହା ଖାଆନ୍ତି ତାହା ସହଜରେ ହଜମ ହୁଏ ନାହିଁ । ଏହି କାରଣରୁ ଛାତିରେ ପୋଡାଜଳା ହୋଇଥାଏ ।
-ଶରୀର ଅସ୍ତବ୍ୟସ୍ତ ଲାଗିବା ଓ ବାନ୍ତି ଲାଗିିବା ମଧ୍ୟ ପେଟ କ୍ୟାନସରର ଲକ୍ଷଣ ହୋଇପାରେ । ଯାହା ବି ଆପଣ ଖାଉଛନ୍ତି ତାହା ହଜମ ହେଉ ନଥିବାରୁ ଆପଣଙ୍କୁ ବାନ୍ତି ଲାଗିଥାଏ ।
-ଯଦି ଆପଣଙ୍କ ପେଟ ଫୁଲି ରହୁଛି ତେବେ ଏହା ମଧ୍ୟ କ୍ୟାନସରର ଲକ୍ଷଣ ହୋଇପାରେ । କାରଣ କ୍ୟାନସରର କୋଷିକା ପେଟର ପ୍ରାଚୀରକୁ ଲାଗି ରହିଥିବାରୁ ପେଟ ଏପରି ଫୁଲିଯାଏ ।
-ଝାଡାରେ ରକ୍ତ ପଡିବା ମଧ୍ୟ ପେଟ କ୍ୟାନସରର ଅତ୍ୟନ୍ତ ଗମ୍ଭୀର ଲକ୍ଷଣ । ତେଣୁ ଉପରୋକ୍ତ ଲକ୍ଷଣ ମଧ୍ୟରୁ ଯେକୌଣସି ଗୋଟିଏ ଲକ୍ଷଣ ବି ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

Get real time updates directly on you device, subscribe now.