fbpx

୫ଟି ବ୍ୟାଙ୍କ ବୃଦ୍ଧି କଲେ FD ରେଟ୍: ଏଣିକି ଗ୍ରାହକଙ୍କୁ ମିଳିବ ଅଧିକ ସୁଧ

Advertisement

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶର ସନ୍ଧାନରେ ରହିଥାନ୍ତି । ବର୍ତ୍ତମାନ ସମୟରେ ଶେୟାର ମାର୍କେଟ, ମ୍ୟୁଚୁଆଲ ଫର୍ଡ, ଗୋଲ୍ଡ, ପୋଷ୍ଟ ଅଫିସ୍ ସ୍କିମ, ରିକରିଂ ଡିପୋଜିଟ ଆଦି ବିଭିନ୍ନ ପ୍ରକାରର ନିବେଶ ବିକଳ୍ପ ରହିଥିବା ବେଳେ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଏକ ବଢ଼ିଆ ଅପ୍ସନ । ଗ୍ରାହକମାନେ ବ୍ୟାଙ୍କରେ ଏଫଡି କରି ୮.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ଏହା ମଧ୍ୟରେ ୫ଟି ବ୍ୟାଙ୍କର ସେମାନଙ୍କର ନୂଆ ଏଫଡି ରେଟ୍ ଜାରି କରିଛନ୍ତି ।

୧- ଆକ୍ସିସ ବ୍ୟାଙ୍କ: ଏହି ବ୍ୟାଙ୍କ ଜୁଲାଇ ପହିଲାରୁ ତା’ର ଏଫଡି ଦରରେ ପରବର୍ତ୍ତନ କରିଛି । ୩ କୋଟି ଟଙ୍କା ପର୍ଯ୍ୟନ୍ତ ଏଫଡି ଉପରେ ବ୍ୟାଙ୍କ ନୂଆ ରେଟ୍ ଲାଗୁ କରିଛି । ବରିଷ୍ଠ ନାଗରିକଙ୍କୁ ୫ରୁ ୧୦ ବର୍ଷିଆ ଏଫଡି ଉପରେ ସର୍ବାଧିକ ୭.୭୫ ପ୍ରତିଶତ ସୁଧ ମିଳିବ । ସେହିପରି ସାଧାରଣ ଗ୍ରାହକଙ୍କୁ ୧୭ ମାସରୁ ଆରମ୍ଭ କରି ୧୮ ମାସରୁ କମ୍ ଅବଧି ବିଶିଷ୍ଟ ଏଫଡି ଉପରେ ୭.୨ ପ୍ରତିଶତସୁଧ ମିଳିବ ।

୨- ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ଜୁଲାଇ ୧ ତାରିଖରୁ ତା’ର ନୂଆ ଏଫଡି ଦର ପରିବର୍ତ୍ତନ କରିଛି । ବରିଷ୍ଠ ନାଗରିକଙ୍କୁ ୧୨ ମାସିଆ ଏଫଡି ଉପରେ ସର୍ବାଧିକ ୮.୭୫ ପ୍ରତିଶତ ସୁଧ ମିଳିବ । ସେହିପରି ସମାନ ଅବଧିର ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୮.୨୫ ପ୍ରତିଶତ ସୁଧ ମିଳିବ ।

୩- ଆଇସିଆଇସିଆଇ ବ୍ୟାଙ୍କ: ଏହି ବ୍ୟାଙ୍କ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଏଫଡି ଉପରେ ନିଜର ଏଫଡିର ନୂଆ ରେଟ୍ ଜାରି କରିଛି । ବରିଷ୍ଠ ନାଗରିକଙ୍କୁ ୧୫ରୁ ୧୮ ମାସ ପର୍ଯ୍ୟନ୍ତ ଏଫଡି ଉପରେ ସର୍ବାଧିକ ୭.୭୫ ପ୍ରତିଶତ ସୁଧ ମିଳିବ । ସେହିପରି ସାଧାରଣ ନାଗରିକଙ୍କୁ ୧୫ ମାସରୁ ୨ ବର୍ଷିଆ ଏଫଡି ଉପରେ ୭.୨ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ ।

୪- ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ: ଏହି ବ୍ୟାଙ୍କ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଏଫଡି ଉପରେ ନୂଆ ରେଟ୍ ଜାରି କରିଛି । ବରିଷ୍ଠ ନାଗରିକଙ୍କୁ ୬୬୬ ଦିନିଆ ଏଫଡି ଉପରେ ସର୍ବାଧିକ ୭.୮୦ ପ୍ରତିଶତ ସୁଧ ମିଳିବ । ସେହିପରି ସାଧାରଣ ଗ୍ରାହକଙ୍କୁ ସମାନ ଅବଧି ପାଇଁ ୭.୩ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ ।

୫. ବ୍ୟାଙ୍କ ଅଫ୍ ଇଣ୍ଡିଆ: ଏହି ବ୍ୟାଙ୍କ ଜୁନ୍ ୩୦ରୁ ନିଜର ଏଫଡି ସୁଧ ହାର ଅପଡେଟ୍ କରିଛି । ବରିଷ୍ଠ ନାଗରିକଙ୍କୁ ୬୬୬ ଦିନିଆ ଏଫଡି ଉପରେ ସର୍ବାଧିକ ୭.୮୦ ପ୍ରତିଶତ ସୁଧ ମିଳିବ । ସେହିପରି ସାଧାରଣ ଗ୍ରାହକଙ୍କୁ ସମାନ ଅବଧି ପାଇଁ ୭.୩ ପ୍ରତିଶତ ସୁଧ ମିଳିବ ।

Get real time updates directly on you device, subscribe now.