fbpx

Home Loanରେ ହେବ ୫ ଲକ୍ଷ ଛାଡ଼: ଆସନ୍ତା ବଜେଟରେ ନୂଆ ନିୟମ ଆଣିପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ବଜେଟକୁ ନେଇ କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ବେଳେ ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ଜନତାଙ୍କୁ କିଛି ଫାଇଦା ଦେବା ଲକ୍ଷ୍ୟରେ ରହିଛନ୍ତି । କୋଭିଡ୍ ପାଇଁ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତି ଧୀରେଧୀରେ ସୁଧାର ସ୍ତରକୁ ଆସୁଥିବା ବେଳେ ଓମିକ୍ରନ ପାଇଁ ତାହା ପୁଣି ଥରେ ନିମ୍ନଗାମୀ ହେବାକୁ ଯାଉଛି । ତେଣୁ ବଜେଟରେ ସାଧାରଣ ଜନତାଙ୍କୁ କିଛିଟା ପ୍ରଫିଟ ଅର୍ଥମନ୍ତ୍ରୀ ଦେଇପାରନ୍ତି ବୋଲି ଆଶା କରାଯାଉଛି । ଏହା ମଧ୍ୟରେ ରିୟଲ ଇଷ୍ଟେଟ କମ୍ପାନୀ ସଂଘ (କ୍ରେଡାଇ) ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ସେଥିରେ ହୋମ ଲୋନ ସୁଧ ଛାଡ଼ ସୀମା ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ଦାବି ସାମିଲ ରହିଛି ।

କ୍ରେଡାଇ ୧୩ ହଜାର ହୋମ ଡେଭଲପର୍ସଙ୍କ ଏକ ସଂଗଠନ ହୋଇଥିବା ବେଳେ ସଂଘ ପକ୍ଷରୁ ରିୟଲ ଇଷ୍ଟେଟକୁ ଇନଫ୍ରାକଚରର ଦର୍ଜା ଦେବାକୁ ଅପିଲ କରାଯାଇଛି । ଏହାଛଡ଼ା ସୁଲଭ ଗୃହର ସଂଜ୍ଞା ପରିବର୍ତ୍ତନ, ଟନକମ ଟ୍ୟାକ୍ସ ଆକ୍ଟକୁ ନେଇ କିଛି ଦାବି କରାଯାଇଛି । ଇନକମ୍ସ ଟ୍ୟାକ୍ସର ସେକ୍ସନ ୮୦ସି ଅଧୀନରେ ପ୍ରିନ୍ସପାଲ ଆମାଉଣ୍ଟ ରିପେମେଣ୍ଟ ଡିଡକ୍ସନ ଉପରେ ବର୍ତ୍ତମାନ ୧.୫ ଲକ୍ଷ ରିହାତି ମିଳୁଥିବା ବେଳେ ଏହାର ସୀମା ୫ ଲକ୍ଷ ବଢ଼ାଇବାକୁ କୁହାଯାଇଛି । ସେହିପରି ରେଣ୍ଟାଲ ହାଉସିଂକୁ ନେଇ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ରେଣ୍ଟାଲ ହାଉସିଂକୁ ୧୦୦ ପ୍ରତିଶତ ଇନକମ ଟ୍ୟାକ୍ସ ଫ୍ରି କରିବାକୁ କ୍ରେଡାଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.