fbpx

ଆଉ ୫ ବିଧାୟକ କରୋନା ପଜିଟିଭ୍, ଜାଣନ୍ତୁ କିଏ ?

ଭୁବନେଶ୍ୱର,୨୯ ।୯(ଓଡିଶା ଭାସ୍କର): ବିଧାନସଭାରେ କରୋନା ଟେଷ୍ଟରେ ଆଉ ୫ ବିଧାୟକ ପଜିଟିଭ ହୋଇଛନ୍ତି । ତୃତୀୟ ଦିନରେ ହୋଇଥିବା ଟେଷ୍ଟରେ ବିଧାୟକ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଗତକାଲି ୨୫ ବିଧାୟକଙ୍କର କରୋନା ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜୟନ୍ତ ଷଡଙ୍ଗୀ, ଭୂଦାନ ମୁର୍ମୁ, ବିକ୍ରମ ପଣ୍ଡା, ଅଙ୍ଗଦ କଂହର, ସରୋଜ ମେହେର କରୋନାରେ ସଂକ୍ରମିତ ହୋଇଛନ୍ତି ।

ତେବେ ପ୍ରଥମ ଓ ଦ୍ୱିତୀୟ ଦିନରେ ୧୪ ବିଧାୟକ ଓ ମନ୍ତ୍ରୀ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ୧୯ ମନ୍ତ୍ରୀ ଓ ବିଧାୟକ ପଜିଟିଭ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.