fbpx

ପ୍ରେମରେ ରହିଛି ୫ଟି ବିଶେଷ କାରଣ… ଜାଣନ୍ତୁ କ’ଣ ଖୋଜା ଚାଲିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ପ୍ରେମ ହେଉଛି ଶାଶ୍ୱତ, ନିରନ୍ତର, ଚିରନ୍ତନ । ଆଉ ଏହି ପ୍ରେମ ଅଟେ ଅମର । ସାଧାରଣତଃ ଦୁଇଟି ମନ ସହ ଦୁଇଟି ଆତ୍ମାର ମିଳନ ହେଉଛି ପ୍ରେମ । ପ୍ରେମ ବିନା ବଞ୍ଚିବା ମୁସ୍କିଲ । କାରଣ ପ୍ରେମ ହେଉଛି ଜୀବନର ବାସ୍ତବତା । ତେବେ ପ୍ରେମର ଆହୁରି ଅନେକ ସଂଜ୍ଞା ରହିଛି, ଯାହାକି ପରିଳ୍ପନା ବାହାରେ । ତେବେ ଏହା କହିବାର ତାତ୍ପର୍ଯ୍ୟ ହେଉଛି ଆମେ ପ୍ରେମର ଅନେକଗୁଡ଼ିଏ ପରିକଳ୍ପନା କରୁ ଆଉ କିଛି କିଛି ଘଟଣା ଦେଖୁ । ତେବେ ଛଳନା – ପ୍ରତାରଣା ଭଳି ଶବ୍ଦଗୁଡ଼ିକୁ ଆମେ ସାଧାରଣତଃ ଅଣଦେଖା କରୁ । ବିଚାର କରୁନା । ସେ ଯାହାବି ହେଉନା କାହିଁକି କିନ୍ତୁ କେବେ ପ୍ରେମର କାରଣ ବିଷୟରେ ଆମେ ଜାଣିବାକୁ ଚେଷ୍ଟା କରୁ କି? ଏବେ ଆପଣ ଭାବୁଥିବେ ପ୍ରେମ ତ ପ୍ରେମ, ପୁଣି କାରଣ କଣ? ହଁ ଆଜ୍ଞା; ଆମେ ଆଜି ଆପଣଙ୍କୁ ପ୍ରେମର ୫ଟି କାରଣ ବିଷୟରେ କହିବୁ, ଯଦି ଆପଣ ପ୍ରେମ କରୁଥିବେ ତାହାହେଲେ ହୁଏତ ଆପଣ ଏହାକୁ ସାମ୍ନା କରିଥିବେ ।

ଯେତେବେଳେ ଦୁଇ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ମନ ଦେଇବସନ୍ତି, ସେତେବେଳେ ସେମାନଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ । ଯାହା ସେମାନଙ୍କୁ ବ୍ୟଥିତ କରିଥାଏ । ଏଇ ଯେମିତି କଣ ସେ ମୋତେ ପ୍ରେମ କରୁଛନ୍ତି? ସେ କଣ କେବଳ ମୋତେ ପସନ୍ଦ କରନ୍ତି? ନିଜ ପ୍ରେମକୁ ମାପିବାକୁ ଯାଇ କେହି କେହି ଅନେକ ପରୀକ୍ଷା ମଧ୍ୟ କରନ୍ତି । ଭଲପାଇବାକୁ ନେଇ ଜଡ଼ିତ ଅନେକ ପ୍ରଶ୍ନ ରହିଛି । ଯାହାର ଉତ୍ତର ଖୋଜିଥାନ୍ତି ସେମାନେ । ତେବେ ଆମ ଲଭ୍ ଲାଇଫ ପାଇଁ ଏକ ପାର୍ଟ ଭାବେ କାର୍ଯ୍ୟ କରୁଛି ଆଜିକାଲିର ଡିଜିଟାଲ୍ ମିଡିଆ । ଇଣ୍ଟରନେଟ୍ ମାଧ୍ୟମରେ ଆମେ ଅନେକ ସମୟରେ ଖୋଜିବସୁ ଅନ୍ତରର ନିବିଡ଼ ତଥା ଗହନ କଥା । ତେବେ ଆସନ୍ତୁ ଜାଣିବା ଇନଣ୍ଟରନେଟରେ ପ୍ରେମର କେଉଁ ସବୁ କାରଣ ଖୋଜା ଚାଲିଛି?

ବ୍ରେକଅପ୍ କରିବାର ଉପାୟ:

ପ୍ରେମ ସମ୍ପର୍କରେ ଥିବା ପ୍ରେମୀ ଯୁଗଳ ଏବେ ଗୁଗଲରେ ଏହା ସର୍ଚ୍ଚ କରୁଛନ୍ତି ଯେ, କିଭଳି ସେମାନେ ବ୍ରେକଅପ୍ କଲେ ସେମାନଙ୍କୁ କଷ୍ଟ ହେବନି । ମାନେ ସାପ ମରିବ କିନ୍ତୁ ବାଡ଼ି ଭାଙ୍ଗିବନି ।

Break-Up #OdishaBhaskar

ପ୍ରେମ କେମିତି ହୁଏ:

କିଛି ଲୋକେ ଇଣ୍ଟରନେଟରେ ଏପରି ପ୍ରଶ୍ନ କରିଛନ୍ତି । ଯେଉଁଥିରେ ପ୍ରେମର ଲକ୍ଷଣ କଣ ଜାଣିବାକୁ ଅନେକ ଆଗ୍ରହ ପ୍ରକାଶ କରିଛନ୍ତି । ନିଜର ଭାବନାକୁ ଲୋକେ ଇଣ୍ଟରନେଟ୍ ଜରିଆରେ ପ୍ରକାଶ କରିଛନ୍ତି । ଯାହା ସେମାନେ ପ୍ରେମରେ ପଡ଼ିଥିବାକୁ ମଧ୍ୟ ପ୍ରକାରାନ୍ତରେ ସ୍ପଷ୍ଟ କରୁଛି ।

Love happens #OdishaBhaskar

କିପରି କରିବେ ଚୁମ୍ବନ:

ନିଜ ପ୍ରେମର ପ୍ରତୀକ କିପରି ହେବା ଦରକାର? କଣ କଲେ ନିଜ ପ୍ରେମିକ/ପ୍ରେମିକାକୁ ଏହା ସୂଚିତ କରିବ ଯେ ଦୁହେଁ ଦୁହିଁଙ୍କ ବିନା ରହିବା ଅସମ୍ଭବ? ସେନେଇ ମଧ୍ୟ ସର୍ଚ୍ଚ ଚାଲିଛି ଇଣ୍ଟରନେଟରେ । କାରଣ ନିଜ ପ୍ରେମିକ ହୁଅନ୍ତୁ ବା ପ୍ରେମିକା, ସେମାନଙ୍କ ସାମ୍ନାରେ ପ୍ରେମକୁ କିପରି ଦର୍ଶାଇବେ ଏହା ଅନେକ ଜାଣିନଥାନ୍ତି ।

Kiss #OdishaBhaskar

ପରଫେକ୍ଟ ଡେଟିଂରେ ଯିବେ କିପରି:

ଯେହେତୁ ପ୍ରେମ ହେଉଛି ଜୀବନର ଅବିଚ୍ଛେଦ୍ୟ ଅଂଶ । ସେଥିପାଇଁ କେମିତି ଡେଟିଂରେ ଯିବେ ବା ପସନ୍ଦର ସାଥୀ ସହ ସମୟ ବିତାଇବେ, ଏହାକୁ କିପରି ସିଦ୍ଧ ଓ ଶୁଦ୍ଧ କରିବେ, ଏପରିକି ସମ୍ପର୍କର ଆରମ୍ଭକୁ ସ୍ମରଣୀୟ ରଖିବା ସହ କିପରି ଏହାକୁ ଦୀର୍ଘସ୍ଥାୟୀ କରାଯାଇପାରିବ ସେନେଇ ମଧ୍ୟ ସମାଜରେ ଚାଲିଛି ଅନୁସନ୍ଧାନ ।

Dating #OdishaBhaskar

କ୍ରସକୁ କେବେ ମେସେଜ କରିବେ:

ଯଦି କେହି କାହାର କ୍ରସ ଥାନ୍ତି ଏବଂ ସେ ତାଙ୍କୁ ମେସେଜ କରୁଥାନ୍ତି, ତେବେ ତାଙ୍କୁ ପ୍ରତିଉତ୍ତର କିପରି ଦେବା ଦରକାର? ମେସେଜ୍ ଏଭଳି ହେବା ଦରକାର, ଯେପରି ତାଙ୍କୁ ଫିଲ ନହେବ ଯେ ଆପଣ ତାଙ୍କ କଥାରେ ସହମତ ନୁହନ୍ତି ବା ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଭଳି ମଧ୍ୟ ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଙ୍କି ଉଠୁଛି ।

ତେବେ ପ୍ରେମ ଭଳି ଗହନ କଥାକୁ ଆଜି ଯାଏଁ ସମ୍ପୂର୍ଣ୍ଣ କେହି ବର୍ଣ୍ଣନା କରିପାରି ନାହାନ୍ତି । କାହାରି ନା କାହାରି ଭାବ ହିଁ ଉଲ୍ଲେଖ ରହିଥାଏ ଡିଜିଟାଲ୍ ମାଧ୍ୟମରେ । ନିଜ ଭାବନାକୁ ଯେତେ ସ୍ୱଚ୍ଛ ଆଉ ନିର୍ମଳ କରିହେବ, ଅନ୍ତରର ଭାବ ସେତେ ଉଦ୍ଭାସିତ ହେବ ବୋଲି ଜ୍ଞାନୀମାନେ ମତ ଦେଇଆସିଛନ୍ତି ।

sweet-love-messages #OdishaBhaskar

Get real time updates directly on you device, subscribe now.