ନୂଆଦିଲ୍ଲୀ: ନୂଆ ବର୍ଷରେ ଦୁଃଖଦ ଘଟଣା । ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା 5ଜଣଙ୍କ ଜୀବନ । ଝାଡଖଣ୍ଡରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଘଟଣା । ଜଣ ବ୍ୟକ୍ତି କୂଅକୁ ଡେଇଁପଡିଥିବା ବେଳେ ତାକୁ ବଞ୍ଚାଇବାକୁ ଯାଇ ଜଣ ଜଣ କରି ସମସ୍ତେ କୂଅକୁ ଡେଇଁପଡିଥିଲେ । ତେବେ ଏଥିରେ ଜୀବନ ବର୍ତ୍ତାଇବେ ପରିବର୍ତ୍ତେ ଜଣ ଜଣ କରି ସମସ୍ତେ ପ୍ରାଣ ହରାଇଛନ୍ତି । ଖବର ପାଇ ପୋଲିସ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସ୍ୱାମୀ ସୁନ୍ଦର କରମାଲୀ ଏବଂ ପତ୍ନୀ ରୁପା କରମାଲୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ହଜାରିବାଗରେ ପତ୍ନୀଙ୍କ ସହ ବିବାଦ ଯୋଗୁଁ ଯୁବକ ଜଣକ ବାଇକ ସହ କୂଅକୁ ଡେଇଁ ପଡ଼ିଲେ । ସୁନ୍ଦରଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଚାରି ଜଣ କୂଅକୁ ଓହ୍ଲାଇଥିଲେ । ତେବେ ସୁନ୍ଦରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସମସ୍ତଙ୍କ ଜୀବନ ଚାଲିଗଲା । ତେବେ ସମସ୍ତ ମୃତକଙ୍କ ବୟସ 20ରୁ 30 ବର୍ଷ ଭିତରେ ହୋଇଥିବା ସୂଚନା ରହିଛି । ତେବେ ଏହି ଘଟଟଣାକୁ ନେଇ ଗ୍ରାମରେ ପୁରା ଶୋକାକୂଳ ପରିସ୍ଥିତି ସୃଷ୍ଚି ହୋଇଛି । ନୂଆ ବର୍ଷ ପାଇଁ ରହିଥିବା ହସ ଦୁଃଖର ଲୁହରେ ପରିଣତ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବା ସହିତ ତଦନ୍ତ ଜାରି ରଖିଛି ।