fbpx

ଦିଲ୍ଲୀ ଏୟାରପୋର୍ଟରୁ ୮୦ ବିମାନ ବାତିଲ୍, ଭୁବନେଶ୍ୱରରୁ ୫

ଓାରା ଦେଶରେ ଆଜିଠାରୁ ଘରୋଇ ବିମାନ ଉଡାଣ ଆରମ୍ଭ ହୋଇଛି । କିନ୍ତୁ କିଛି ଯାତ୍ରୀଙ୍କୁ ପ୍ରଥମ ଦିନରେ ହିଁ ନିରାଶ ହେବାକୁ ପଡିଛି । ମଧ୍ୟରାତ୍ରିରେ ବହୁ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ ବି ଶେଷ ସମୟରେ ଉଡାଣ ବାତିଲ ହୋଇଛି ବୋଲି ସେମାନଙ୍କୁ ସୂଚନା ମିଳିଛି । ଦିଲ୍ଲୀରୁ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ, ଇନ୍ଦୋରର ସକାଳ ଫ୍ଲାଇଟ୍ ବାତିଲ ହୋଇଛି । ଏନେଇ ଯାତ୍ରୀମାନଙ୍କୁ ବହୁ ସମସ୍ୟାର ସାମନା କରିବାକୁ ପଡିଛି । ତେବେ ଦିଲ୍ଲୀ ଏୟାରପୋର୍ଟରୁ ୩୩୨ଟି ବିମାନ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିବାର ଥିଲା । କିନ୍ତ ତା ମଧ୍ୟରୁ ୮୦ ଟି ବିମାନ ବାତିଲ ହୋଇଛି ।

ଅନ୍ୟପଟେ ଭୁବନେଶ୍ୱରୁ ମଧ୍ୟ ୫ଟି ଫ୍ଲାଇଟ୍ ବାତିଲ ହୋଇଛି । ବିଭିନ୍ନ କାରଣରୁ ଭୁବନେଶ୍ୱରରୁ ବାତିଲ ହୋଇଛି ୫ ଫ୍ଲାଇଟ । ଏଥିମଧ୍ୟରେ ରହିଛି ଭୁବନେଶ୍ୱରରୁ ହାଇଦ୍ରାବାଦ, କୋଲକାତା, ଚେନ୍ନାଇ, ମୁମ୍ବାଇ ଓ ଝାରସୁଗୁଡ଼ାରୁ ବିମାନ ସେବା ବାତିଲ ହୋଇଛି । ପଶ୍ଚିମବଙ୍ଗ ଓ ତାମିଲନାଡୁରେ ସ୍ୱାଭାବିକ ସ୍ଥିତି ଫେରିନଥିବାରୁ ସେହି ସ୍ଥାନକୁ ବିମାନ ବାତିଲ କରାଯାଇଛି । ଭୁବନେଶ୍ବରରୁ କେବଳ ଦିଲ୍ଲୀ ଓ ବେଙ୍ଗାଲୁରୁ ବିମାନ ଉଡ଼ିବ । ଦିଲ୍ଲୀରୁ ଭୁବନେଶ୍ବରକୁ ଆସିବ ୩ଟି ଓ ଯିବ ୩ଟି ବିମାନ । ସେହିପରି ବେଙ୍ଗାଲୁରୁ ଭୁବନେଶ୍ବରକୁ ଆସିବ ୨ଟି ଓ ଯିବ ୨ଟି ବିମାନ ।

Get real time updates directly on you device, subscribe now.