fbpx

Flipcart ସେଲରେ ଅଫର୍ ବର୍ଷା: ୮ ହଜାରରୁ କମ୍ ଦାମରେ କିଣନ୍ତୁ ସ୍ମାର୍ଟ ଟିଭି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ରିପବ୍ଲିକ୍ ଡେ ସେଲ୍ କୁ ଗ୍ରାହକ ମାନେ ଅପେକ୍ଷା କରି ରହିଥାନ୍ତି । ଏହି ସମୟରେ ଇ-କମର୍ସ ୱେବସାଇଟ୍ ରେ ପ୍ରଡକ୍ଟସ୍ ଗୁଡ଼ିକ ଉପରେ ଭାରୀ ଡିସକାଉଣ୍ଟ ଦିଆଯାଇଥାଏ । ଇଲୋକ୍ଟ୍ରୋନିକ୍ସ ଜିନିଷ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଡକ୍ଟସ୍ ଉପରେ ଶାନଦାର୍ ଡିସକାଉଣ୍ଟ୍ ଦିଆଯାଉଛି । ଏମିତିରେ ଯଦି ଆପଣ ଟିଭି କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଫ୍ଲିପକାର୍ଟରେ ବିଗ୍ ସେଭିଂସ୍ ଡେ ଆରମ୍ଭ ହେବାକୁ ଯାଉଛି ଓ ଏହି ସେଲରେ କୋଡକ୍ ଏଚଡି ଏଲଇଡି ଟିଭି ଉପରେ ଗ୍ରାହକଙ୍କୁ ବମ୍ପର୍ ଡିସକାଉଣ୍ଟ୍ ମିଳିବାକୁ ଯାଉଛି ।

ଏହି କ୍ରମରେ ଆଣ୍ଡ୍ରଏଡ୍ କୋଡକ୍ CA  ଓ 7XPRo ସିରିଜ୍ ଉପରେ ବମ୍ପର୍ ଅଫର୍ ଦେବାକୁ ଯାଉଛି । ଏହି ସେଲରେ ଆପଣଙ୍କୁ ୮ହଜାର ଟଙ୍କାରୁ କମ୍ ଦାମ୍ ରେ ଶାନଦାର୍ କିଣାକିଣି କରିପାରିବେ । ଫ୍ଲିପକାର୍ଟର ଏହି ସେଲ ଜାନୁଆରୀ ୧୭ ରୁ ଆରମ୍ଭ ହୋଇ ୨୨ ଜାନୁଆରୀ ପର୍ଯ୍ୟନ୍ତ ଜାରି ରହିବ । ସେଲ୍ ସମୟରେ ପ୍ରମୁଖ ଆକର୍ଷଣ ସିଏ ସିରିଜ୍ ର ୨୪ ଇଞ୍ଚ୍, ୩୨ ଇଞ୍ଚ, ୪୩ ଇଞ୍ଚ ଏବଂ ୫୫ ଇଞ୍ଚ୍ ର ଟିଭି ମଡେଲ୍ ହେବ ।

ରିପବ୍ଲିକ୍ ସେଲରେ କୋଡକର 24HDX100S  ମଡେଲ୍ ୭,୪୯୯ ଟଙ୍କାରେ ଉପଲବ୍ଧ ହେବ । ଏହାସହିତ ୩୨ ଇଞ୍ଚର ଏଚଡି ଟିଭି X7XPRO ମଡେଲ୍ ୧୨ହଜାର ୪୯୯ ଟଙ୍କାରେ ବିକ୍ରି ହେବା । ସେହିପରି ୪୩ ଇଞ୍ଚ ମଡେଲ୍ CAPRO5022 କୁ ୨୬,୪୯୯ ଟଙ୍କା ଓ ନିକଟରେ ଲଞ୍ଚ୍ ହୋଇଥିବା ୫୫ ଇଞ୍ଚ୍ ର UHDX7XPROBL କୁ ୩୩,୯୯୯ ଟଙ୍କାରେ ଉପଲବ୍ଧ କରାଯିବ ।

Get real time updates directly on you device, subscribe now.