ହୀରାକୁଦ ପାଣିରେ ଫୁଲୁଛି ମହାନଦୀ, ୧୦ ଜିଲ୍ଲାରେ ବନ୍ୟା ଆଶଙ୍କା, ରୁହନ୍ତୁ ସତର୍କ

୧୬ଟି ଗେଟ୍ ଦେଇ ବନ୍ୟାପାଣି ନିଷ୍କାସିତ ହେଉଛି।

କଟକ: ତଳ ଅଞ୍ଚଳର ଲୋକ ହୋଇଯାଆନ୍ତୁ ସାବଧାନ। ତୁରନ୍ତ ଉଂଚା ସ୍ଥାନକୁ ଚାଲିଯାଆନ୍ତୁ। ମହାନଦୀରେ ବନ୍ୟାର ଆଶଙ୍କା ରହିଛି। ଛତିଶଗଡ଼ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ୁଛି।

ଯାହା ପାଇଁ ଏବେ ୧୬ଟି ଗେଟ୍ ଦେଇ ବନ୍ୟାପାଣି ନିଷ୍କାସିତ ହେଉଛି। ଏବେ ହୀରାକୁଦର ଜଳସ୍ତର ୬୨୬.୫୨ ସେଣ୍ଟିମିଟର ରହିଛି। ବାମ ପାଶ୍ୱର୍ରେ ୧୧ଟି ଏବଂ ଡାହାଣ

ପାଶ୍ୱର୍ରେ ୫ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ। ଯଦି ଉପରମୁଣ୍ଡରେ ବର୍ଷା ନକମେ ତେବେ ହୀରକୁଦରେ ଆହୁରି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି।

ହୀରାକୁଦର ନିଷ୍କାସନ ପାଣିରେ ଫୁଲୁଛି ମହାନଦୀ। ମହାନଦୀରେ ବନ୍ୟା ଆଶଙ୍କା ଥିବାରୁ ୧୦ଟି ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ହୀରାକୁଦରେ ପାଣି ଛାଡ଼ିବା ପରେ ମହାନଦୀରେୀ ଅଢ଼େଇ ଲକ୍ଷ କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି। ଯାହା ୧୦ଟି ଜିଲ୍ଲାରେ ଆଣିପାରେ ବନ୍ୟାସ୍ଥିତି।

୧୦ ଟି ଜିଲ୍ଲା ହେଉଛି ଅନୁଗୁଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର, ସୋନପୁର।

ଏସବୁ ଜିଲ୍ଲାରେ ଦେଖାଦେଇପାରେ ବନ୍ୟାସ୍ଥିତି। ସତର୍କ ରହିବା ପାଇଁ ପ୍ରଶସନ ପକ୍ଷରୁ କୁହାଯାଇଛି। ମାଟି ଘର ଛାଡ଼ି ପକ୍କା ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।