fbpx

ଖରାଦିନେ ସ୍କିନରୁ ଉଡିଯାଉଛି କି ରଙ୍ଗ? ତେବେ ଆପଣାନ୍ତୁ ଏହି ଟିପ୍ସ

ଶୀତ ପରି ଗ୍ରୀଷ୍ମଦିନରେ ମଧ୍ୟ ସ୍କିନର ଖାସ୍ ଯତ୍ନ ନେବା ଆବଶ୍ୟକ । କାରଣ ଏହି ସମୟରେ ସୂର୍ଯ୍ୟର ହାନିକାରଣ କିରଣ ଆପଣଙ୍କ ତ୍ୱଚାକୁ ଖରାପ କରିପାରେ । ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ.

-ଚର୍ମକୁ ରଙ୍ଗୀନ୍ କରିବା ପାଇଁ ପାତ୍ରରେ ଉଷୁମ ପାଣି ନିଅନ୍ତୁ ଓ ସେଥିରେ ୬ କପ୍ କ୍ଷୀର ମିଶାନ୍ତୁ । ଏବେ ଏଥିରେ ପାଦ ବୁଡାଇ ରଖନ୍ତୁ ।ଏପରି କରିବା ଦ୍ୱାରା ଶରୀରର ତାପମାତ୍ରା କମିବା ସହ ଚର୍ମ କୋମଳ ହେବ ।

– ଆପଣ ଚର୍ମ ବିଶେଷଜ୍ଞଙ୍କ ନିକଟକୁ ଯାଇ ଗ୍ରୀଷ୍ମ ଋତୁରେ ବ୍ୟବହୃତ ଦ୍ରବ୍ୟ ବିଷୟରେ ଜାଣି ନିଅନ୍ତୁ । ବଦଳୁଥିବା ପାଣିପାଗ ସହ ମୁହଁରେ ବ୍ୟବହୃତ ପ୍ରୋଡକ୍ସକୁ ମଧ୍ୟ ବଦଳାଇବାକୁ ପଡିବ ।

-ସୂର୍ଯ୍ୟକିରଣରୁ ରକ୍ଷା ପାଇବା ପାଇଁ କିଛି ଲୋସନ ବ୍ୟବହାର କରନ୍ତୁ । ଏହାର ପ୍ରୟୋଗ ସ୍କିନ୍ ପାଇଁ ଭଲ ରହିବ ।

-ଶରୀରରକୁ ଯଥାସମ୍ଭବ ଘୋଡାଇ ରଖନ୍ତୁ । ଢିଲା ପୋଷାକ ପିନ୍ଧିବା ସହ ମୁହଁକୁ ଘୋଡାଇ ରଖନ୍ତୁ ।
-ଗୋଟିଏ ଦିନରେ ପ୍ରାୟ ୬ରୁ ୭ ଗ୍ଲାସ ପାଣି ପିଅନ୍ତୁ ।

-କ୍ଷତିକାରକ UV ଆଲୋକରୁ ବଞ୍ଚିବା ପାଇଁ ଚଷମା ପିନ୍ଧନ୍ତୁ ।
-୩୦ SPF ଥିବା ସନ୍ ସ୍କିନ୍ ବ୍ୟବହାର କରନ୍ତୁ ଓ ଏହାକୁ ଦିନରେ ୩ ଥର ପ୍ରୟୋଗ କରନ୍ତୁ ।

Get real time updates directly on you device, subscribe now.