fbpx

ସୁନ୍ଦର ତ୍ୱଚା ପାଇଁ ଆପଣାନ୍ତୁ ଏହି ଦେଶୀ ଉପାୟ

ଭୁବନେଶ୍ୱର: ସାଧାରଣତଃ ସମସ୍ତଙ୍କୁ ସୁନ୍ଦର ତ୍ୱଚା ପସନ୍ଦ । ସମସ୍ତେ ଚାହିଥାନ୍ତି ଯେ ତ୍ୱଚା କିମ୍ବା ମୁହଁରେ କୌଣସି ଦାଗ ନରହୁ । ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ କହିବାକୁ ଯାଉଛୁ ଯାହାକୁ ଆପଣାଇ ତ୍ୱଚାକୁ ସୁସ୍ଥ ରଖିପାରିବେ ।

ଏମିତି ରଖନ୍ତୁ ଧ୍ୟାନ:

ତ୍ୱଚା ପ୍ରାକୃତିକ ଭାବରେ ଚମକାଇବାକୁ ଚାହୁଥିଲେ ପ୍ରତିଦିନ ୬-୭ ଗ୍ଲାସ ପାଣିପିଅନ୍ତୁ । ପାଣି ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

ଆପଣ ଫଳର ଜୁସ ପିଇବା ଅପେକ୍ଷା ଫଳକୁ ଖାଇବା ଆରମ୍ଭ କରନ୍ତୁ । ଯାହାଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ତ୍ୱଚା ମଧ୍ୟ ସୁସ୍ଥ ହୋଇଥାଏ । ଯଦି ଆପଣ ସିଝା ପରିବା ଖାଇବେ ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହୋଇପାରିବ ।

ତ୍ୱଚାରେ ବାହାରେ ହେଉଥିବା ପ୍ରଦୂଷଣ ଏବଂ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ବଞ୍ଚାଇବା ପାଇଁ ନିଜ ତ୍ୱଚାରେ ସନସ୍କ୍ରିନର ବ୍ୟବହାର ଅବଶ୍ୟ କରନ୍ତୁ । ଆପଣ ନିଜ ତ୍ୱଚା ଅନୁଯାୟୀ ବଜାରରୁ ସନସ୍କ୍ରିନ କିଣିପାରିବେ ।

ଯଦି ଆପଣ ବ୍ୟାୟାମ ପାଇଁ ସମୟ ଦେଇପାରୁନାହଁନ୍ତି ତେବେ ଚେଷ୍ଟା କରନ୍ତୁ ଅତିକମରେ ୧୦ ମିନିଟ ସକାଳେ ହାଲୁକା ବ୍ୟାୟାମ କରିବାକୁ । ଏହା ଦ୍ୱାରା ଆପଣଙ୍କ ଶରୀର ଫିଟ ରହିବା ସହ ତ୍ୱଚାରେ ଚମକ ଆସିଥାଏ ।

Get real time updates directly on you device, subscribe now.