fbpx

UPI ପେମେଣ୍ଟ କରିବା ବେଳେ ଆପଣାନ୍ତୁ ଏହି ସ୍ମାର୍ଟ ଉପାୟ : କେବେ ମଧ୍ୟ ହେବନି ପେମେଣ୍ଟ ଫେଲ !

ନୂଆଦିଲ୍ଲୀ : ଆଜିକା ଯୁଗ ଡିଜିଟାଲର ଯୁଗ । ଅଧିକାଂଶ ଲୋକ ଏବେ ସମସ୍ତେ ଡିଜିଟାଲ ଉପାୟ ଆପଣାଉଛନ୍ତି । ଡିଜିଟାଲ ଯୁଗରେ ଲୋକେ ଏବେ ଆଉ ନଗଦ ଟଙ୍କା ଦେଣ ନେଣ ନକରି ସମସ୍ତେ ଡିଜିଟାଲ ମାଧ୍ୟମରେ ପେମେଣ୍ଟ କରୁଛନ୍ତି । ତେଣୁ ୟୁପିଆଇର ବ୍ୟବହାର ବହୁଳ ପରିମାଣରେ ବଢିବାରେ ଲାଗିଛି । ଏହା ସାହାର୍ଯ୍ୟରେ ଆପଣ ସହଜ, ବହୁତ କମ ସମୟ ଏବଂ ଯେକୌଣସି ସ୍ଥାନରେ ରହି ମଧ୍ୟ ୟୁପିଆଇ ଦ୍ୱାରା ପେମେଣ୍ଟ କରି ପାରିବେ ।

ଅନେକ ଥର ଆପଣ ଦେଖିଥିବେ ୟୁପିଆଇ ପେମେଣ୍ଟ କରିବା ବେଳେ ତାହା ଫେଲ ହୋଇଯାଉଛି । ଏନେଇ ୟୁଜର୍ସ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଆପଣଙ୍କ ବି ୟୁପିଆଇ ପେମେଣ୍ଟ କରିବା ସମୟରେ ବାରମ୍ବାର ଫେଲ ହୋଇଯାଉଛି, ତେବେ ଏହି ଉପାୟକୁ ଆପଣାଇ ଆପଣ ଏହି ସମସ୍ୟାର ସମାଧାନ କରି ପାରିବେ । ୟୁପିଆଇ ପେମେଣ୍ଟ ସମୟରେ ୟୁଜର୍ସ ଯଦି ଭୁଲ ବିବରଣୀ ଅର୍ଥାତ ୟୁପିଆଇ ଆଇଡି, ମୋବାଇଲ ନମ୍ବର ଭୁଲ ଦିଆଯାଇଛି । ତେବେ ଉଭଳି ପରିସ୍ଥିତିରେ ଆପଣଙ୍କ ୟୁପିଆଇ ଟ୍ରନଜେକ୍ସନ ଫେଲ ହୋଇଯିବ । ଏମିତିରେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବା ପୂର୍ବରୁ ଆପଣ ସମସ୍ତ ବିବରଣୀକୁ ପୁନଃ ଯାଞ୍ଚ କରି ନିଅନ୍ତୁ ।

ଏହା ବ୍ୟତିତ ୟୁପିଆଇ ପେମେଣ୍ଟ କରିବା  ବେଳେ ବ୍ୟାଙ୍କ ଏବଂ ୟୁପିଆଇ ଆପର ସର୍ଭର ଫେଲ ହୋଇଯାଉଛି । ଏଭଳି ପରିସ୍ଥିତିରେ ୟୁପିଆଇ ପେମେଣ୍ଟ ଫେଲ ହୋଇଯାଉଛି । ଏପରି ପରିସ୍ଥିତିରେ ଆପଣ ନିଜର ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ । ବ୍ୟବହାରକାରୀମାନେ ସର୍ବଦା ସେମାନଙ୍କର ୟୁପିଆଇ ଆଇଡି ସହିତ ଏକରୁ ଅଧିକ ବ୍ୟଅଙ୍କ ଆକାଉଣ୍ଟ ଲିଙ୍କ କରିବା ପାଇଁ ଚେଷ୍ଟା କରିବା ଉଚିତ । ଏହା କରିବା ଦ୍ୱାରା ଗୋଟିଏ ବ୍ୟାଙ୍କର ସର୍ଭ ବିଫଳ କ୍ଷେତ୍ରରେ ଆପଣ ଅନ୍ୟ ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ କରିପାରିବେ । ୟୁପିଆଇ ବ୍ୟବହାର କରୁଥିବା ବ୍ୟକ୍ତି ପେମେଣ୍ଟ କରିବା ପୂର୍ବରୁ ପୁଣି ଚେକ କରନ୍ତୁ ଏବଂ ତାହା ପରେ ସଠିକ ପିନକୁ ଦିଅନ୍ତୁ ।
ୟୁପିଆଇ ପେମେଣ୍ଟ କରିବା ସମୟରେ ଇଣ୍ଟରନେଟର କନେକ୍ସନକୁ ଚେକ କରନ୍ତୁ । ନଚେତ ଇଣ୍ଟରନେଟର ସ୍ପିଟ କମିଯିବା କାରଣରୁ ମ୍‌ଧ୍ୟ ପେମେଣ୍ଟ ଫେଲ ହୋଇଯିବ ।

Get real time updates directly on you device, subscribe now.