fbpx

ପାଉଁଶରୁ ତିଆରି ହେବ ଫୁଟପାଥ୍, ଜାଣନ୍ତୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ପକ୍ଷରୁ କଣ ମିଳିଛି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଥର୍ମାଲ ପାୱର୍ ପ୍ଲାଣ୍ଟରୁ ବାହାରୁଥିବା ପାଉଁଶର ବ୍ୟବହାର ଜାତୀୟ ରାଜପଥ ନିର୍ମାଣ କରାଯାଉଛି । ବର୍ତ୍ତମାନ ଏହି ପାଉଁଶରୁ ଟାଇଲ୍, ଇଟା ଓ ବ୍ଲକ୍ ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଯଦ୍ୱାରା ଏହି ପାଉଁଶ ରାଜପଥର ଫୁଟପାଥ୍ ନିର୍ମାଣ କରିବାରେ ସହାୟକ ହୋଇପାରିବ । ଏହା ବ୍ୟତୀତ ପାଉଁଶର ବ୍ୟବହାର ଚଟାଣ ଆଦି ତିଆରି କରାଯିବ ବୋଲି କୁହାଯାଇଛି ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ସଚିବ, NHAI, NHAIDCL, PWD, BRO ର ମୁଖ୍ୟ ଇଞ୍ଜିନିୟର ମାନଙ୍କୁ ଜୁଲାଇ ୨୨ରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏଥିରେ ପରିବେଶ ମନ୍ତ୍ରଣାଳୟ ନିକଟରେ ପ୍ରକାଶିତ ବିଜ୍ଞପ୍ତିକୁ ଦର୍ଶାଇ ଏହା କୁହାଯାଇଛି ଯେ ଦେଶର ୪୦ ରୁ ଅଧିକ ଥର୍ମାଲ ପାୱର୍ ପ୍ଲାଣ୍ଟ କେନ୍ଦ୍ରରୁ ପ୍ରତିବର୍ଷ କୋଟି କୋଟି ଟନ୍ ପାଉଁଶ ଉତ୍ପାଦନ ହେଉଛି। ଏହା କେବଳ ପରିବେଶ ପାଇଁ ଏକ ଗମ୍ଭୀର ସମସ୍ୟା ନୁହେଁ ବରଂ ଆଖପାଖ ଅଞ୍ଚଳ ଗୁଡ଼ିକରେ ରହୁଥିବା ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହାନିକାରକ।

ମନ୍ତ୍ରଣାଳୟର ଅଧିକାରୀଙ୍କ କହିଛନ୍ତି ଯେ ପାୱାର ପ୍ଲାଣ୍ଟ ପ୍ରଶାସନ ୧୦୦ ପ୍ରତିଶତ ପାଉଁଶକୁ ନିଷ୍କାସନ କରିବାରେ ସକ୍ଷମ ନୁହେଁ । ଏହି କାରଣରୁ, ମାଟି, ଭୂତଳ ଜଳ, ନଦୀ, ବାୟୁରେ ପାଉଁଶ ଦ୍ରବଣ ହେତୁ ପରିବେଶ କ୍ଷତିଗ୍ରସ୍ତ ହେଉଛି । ଅନ୍ୟପକ୍ଷରେ ଲୋକମାନେ ଆଜମା, ଯକ୍ଷ୍ମା, ଫୁସଫୁସ ଏବଂ କର୍କଟ ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ତେବେ ନୂତନ ନିର୍ଦ୍ଦେଶାବଳୀରେ, ସଡକ ନିର୍ମାଣକାରୀ କମ୍ପାନୀଗୁଡିକ ଥର୍ମାଲ ପାୱର୍ ପ୍ଲାଣ୍ଟରୁ ବାହାରୁଥିବା ପାଉଁଶରୁ ଇଟା, ବ୍ଲକ୍ ଏବଂ ଟାଇଲ୍ ତିଆରି କରିବା ବାଧ୍ୟତାମୂଳକ ହେବ ବୋଲି କୁହାଯାଇଛି। ଏହା ରାଜପଥର ଫୁଟପାଥ୍ ନିର୍ମାଣ ପାଇଁ ବ୍ୟବହୃତ ହେବ । କମ୍ପାନୀଗୁଡିକ ୩୦୦ କିଲୋମିଟର ବ୍ୟାସାର୍ଦ୍ଧରେ ଅବସ୍ଥିତ ପାୱାର ପ୍ଲାଣ୍ଟରୁ ପାଉଁଶ ଆଣିବାକୁ ପଡିବ । କମ୍ପାନୀ ଏବଂ ପାୱାର ପ୍ଲାଣ୍ଟକୁ ଏହାର ପରିବହନରେ ଅଧା ଖର୍ଚ୍ଚ ବହନ କରିବାକୁ ପଡିବ ।

ସୂଚନା ଅନୁସାରେ, ଥାର୍ମଲ୍ ପାୱାର୍ ପ୍ଲାଣ୍ଟ ଗୁଡ଼ିକୁରୁ ନିର୍ଗତ ହେଉଥିବା ପାଉଁଶରେ ବିଷାକ୍ତ ଆର୍ସେନିକ୍, ସିଲିକା, ଆଲୁମିନିୟମ୍, ଲୁହା, ପାରା ଇତ୍ୟାଦି ଉପାଦାନ ରହିଥାଏ । ଏହାଦ୍ୱାରା ନଦୀ ତଥା ଭୂତଳ ଜଳ ଦୂଷିତ ହୋଇଥାଏ । ଫଳରେ ମଏହା ମଣିଷ ତଥା ପଶୁ ପକ୍ଷୀଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ସମୁଦାୟ ବିଦ୍ୟୁତ୍ ଉତ୍ପାଦନର ପ୍ରାୟ ୬୩ ପ୍ରତିଶତ ଥାର୍ମଲ୍ ପାୱାର୍ ପ୍ଲାଣ୍ଟ ଦ୍ୱାରା ପୂରଣ ହୁଏ। ୨୦୧୬-୧୭ ମସିହାରେ, ଦେଶର ଥାର୍ମଲ୍ ପାୱାର୍ ପ୍ଲାଣ୍ଟରୁ ବିଦ୍ୟୁତ୍ ଉତ୍ପାଦନ ହେତୁ ୧୬୯.୧୦ ନିୟୁତ ଟନ୍ ପାଉଁଶ ଉତ୍ପନ୍ନ ହୋଇଥିଲା । ୨୦୧୮-୧୯ ରେ ଏହି ସଂଖ୍ୟା ୨୧୭.୦୪ ନିୟୁତ ଟନ୍ କୁ ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.