fbpx

ରାକ୍ଷୀ ସ୍ପେଶାଲ୍: ଗତ ୨୬ ବର୍ଷ ହେଲା ମୋଦୀଙ୍କ ପାଇଁ ଖାସ୍ ରାକ୍ଷୀ ତିଆରି କରୁଛନ୍ତି ତାଙ୍କର ପାକିସ୍ତାନୀ ଭଉଣୀ

ନୂଆଦିଲ୍ଲୀ: ରାକ୍ଷୀ ପର୍ବ ପାଖେଇ ଆସୁଛି । ତେଣୁ ଭଉଣୀ ମାନେ ସେମାନଙ୍କ ପ୍ରିୟର ଭାଈ ହାତରେ ରାକ୍ଷୀ ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । କିଏ ନିଜେ ଘରେ ରାକ୍ଷୀ ତିଆରି କରୁଛି ତ କିଏ ଦୋକାନରୁ ଭଳିକି ଭଳି ରାକ୍ଷୀ କିଣୁଛନ୍ତି । ତେବେ ସେହିଭଳି ଜଣେ ନିଆରା ଭାଇ-ଭଉଣୀଙ୍କ ବିଷୟରେ ଜାଣିବା । ଯେଉଁମାନଙ୍କ କାହାଣୀ ବିଶ୍ୱ ପ୍ରସିଦ୍ଧା ଆମେ କହୁଛୁ ପାକିସ୍ତାନରେ ରହୁଥିବା କମର୍ ଜାହାଁଙ୍କ କଥା । ଯିଏ କି ଘୃଣାର ପାଚେରୀକୁ ଡେଇଁ ଭାଇ-ଭଉଣୀ ସମ୍ପର୍କକୁ ଗତ ୨୬ ବର୍ଷ ହେଲା ଦୃଢ଼ କରି ରଖିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଭାଇ ଭାବରେ ଗ୍ରହଣ କରିଥିବା କମର୍ ଜାହାଁ ଚଳିତ ଥର ମଧ୍ୟ ରାକ୍ଷୀ ଅବସରରେ ନିଜ ଭାଇ ପାଇଁ ସ୍ୱତନ୍ତ୍ର ତଥା ଖୁବ୍ ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରିଛନ୍ତି ।

ଗତ ୨୬ ବର୍ଷ ହେଲା ସେ ମୋଦୀଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି । ସେ କୁହନ୍ତି ଯେ, ତାଙ୍କ ଏହି ସମ୍ପର୍କ ସେବେ ଗଢ଼ି ଉଠିଥିଲା ଯେବେ ମୋଦୀ ବିଜେପିର ମହାସଚିବ ହୋଇଥିଲେ । ତେବେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ସେ ନିଜ ଭାଇଙ୍କ ପାଇଁ ନିଜ ହାତରେ ଖୁବ୍ ସୁନ୍ଦର ରାକ୍ଷୀ ଟିଏ ପ୍ରସ୍ତୁତ କରିଛନ୍ତି । ରାକ୍ଷୀ ସହିତ ସ୍ୱତନ୍ତ୍ର ବାର୍ତ୍ତା ଟିଏ ମଧ୍ୟ ମୋଦୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।

ପୂର୍ବ ବର୍ଷ କରୋନା ମହାମାରୀ କାରଣରୁ ରାକ୍ଷୀ ବାନ୍ଧିପାରିନଥିଲେ । ଡାକରେ ପଠାଇଥିଲେ । କମର୍ ଜାହାଁଙ୍କ ସ୍ୱାମୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଦୁହେଁ ଖୁବ୍ ଭଲ ବନ୍ଧୁ । କମର୍ ଜାହାଁ କୁହନ୍ତି ଯେ, “ଯେବେ ମୋଦୀଙ୍କ ୁଭେଟିଥିଲେ ସେତେବେଳେ ମୋଦୀ ଜାଣିବାକୁ ପାଇଥିଲେ ଯେ, ମୁଁ କରାଚୀରେ ବିବାହ କରିଛିା ଏହାପରେ ସେ ମୋତେ ଭଉଣୀ ଭାବେ ସମ୍ବୋଧନ କରିଥିଲେ” ।

 

Get real time updates directly on you device, subscribe now.