fbpx

ଭୁବନେଶ୍ୱରରେ ଜଣେ ମହିଳାଙ୍କ ସହ ୧୩ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ

ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): କରୋନାରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏହାରିମଧ୍ୟରେ ରାଜ୍ୟବାସୀଙ୍କୁ ସରକାର ଅନୁରୋଧ ସହ ଆହ୍ୱାନ ଦେଇଥିଲେ ଯେ କରୋନା ଲକ୍ଷଣ ଦେଖାଦେଲେ ସେମାନେ କ୍ୱାରେଣ୍ଟାଇନ ରୁହନ୍ତୁ । ଘରେ ଥିଲେ ସଙ୍ଗରୋଧ ରୁହନ୍ତୁ । ଏହାସହ ଗତକାଲି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଭୁବନେଶ୍ୱର, ଭଦ୍ରକ ଓ କଟକରେ ୪୮ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଛି । ଏହି ସଟଡାଉନକୁ ମାନି ସମସ୍ତେ ଘରେ ରହିବାକୁ ସକାଳେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଥିଲେ । କିନ୍ତୁ ଏହି କର୍ଫ୍ୟୁ ନିୟମକୁ ନମାନି ୧୩ଜଣ ବାହାରେ ବୁଲୁଥିଲେ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ମଧ୍ୟ ସୂଚନା ମିଳିଛି । ନିୟମ ନମାନି ବାହାରେ ବୁଲୁଥିବାରୁ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି ।

Get real time updates directly on you device, subscribe now.