ପୁରୀ ସମୁଦ୍ରରେ ବୁଡ଼ିଗଲେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ

ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ବେଳେ ଦୁର୍ଘଟଣା।

ପୁରୀ: ପୁରୀ ସମୁଦ୍ରରେ ବୁଡ଼ିଗଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ। ପୁରୀ ସମୁଦ୍ରରେ ଓଲଟିପଡ଼ିଥିଲା ସ୍ପିଡ୍ ବୋଟ୍। ଉଭୟଙ୍କୁ ଉଦ୍ଧାର କରିଥିଲେ ଲାଇଫ୍ ଗାର୍ଡ। ସ୍ପିଡ୍ ବୋଟରେ ଥିଲେ ୪ ଜଣ ପର୍ଯ୍ୟଟକ। ହେଲେ ମହିଳା ଓ ପୁରୁଷ ଜଣକ କିଏ ଜଣା ପଡିନଥିଲା।

ହେଲେ ଆଜି ଏହି ଘଟଣା ସାମ୍ନାକୁ ଆସିଛି କି, ଗତକାଲି ପୁରୀ ବେଳଭୂମିରେ ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ବେଳେ ଦୁର୍ଘଟଣାର ଶିକାର ହୋଇଥିବା ମହିଳା ଓ ପୁରୁଷ ଦୁଇଜଣ ହେଉଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ସ୍ନେହାଶିଷ ଗାଙ୍ଗୁଲି ଓ ଭାଉଜ ଅର୍ପିତା ଗାଙ୍ଗୁଲି।

ଅଳ୍ପକେ ରକ୍ଷା ପାଇଲେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ ଓ ଭାଉଜ। ଗତକାଲି ପୁରୀ ବେଳାଭୂମିରେ ସ୍ପିଡ୍ ବୋଟରେ ଘଟିଥିଲା ଦୁର୍ଘଟଣା। ସମୁଦ୍ର ଭିତରୁ ଯାଇ ଉଦ୍ଧାର କଲେ ଘରୋଇ ଲାଇଫଗାର୍ଡ।