fbpx
BJD SKY
BJD SKY

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ କୃଷକନେତା ବାବାଗୌଡ଼ ପାଟିଲଙ୍କ ପରଲୋକ

BJD

ନୂଆଦିଲ୍ଲୀ, ୨୧ା୫: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ କୃଷକ ନେତା ବାବାଗୌଡ଼ ପାଟିଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି ଡ. ପ୍ରଭାକର କୋରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶ୍ରୀ ପାଟିଲ ୧୯୪୫ ମସିହା ଜାନୁଆରୀ ମାସ ୬ ତାରିଖରେ କର୍ଣ୍ଣାଟକର ବେଲାଗାଭି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଓ ୧୯୯୮ରେ ବିଜେପି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସେ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ଦୁଇ ପୁତ୍ର ଓ ଦୁଇ ଝିଅ ଉପସ୍ଥିତ ରହିଥିଲେ । ସେ କର୍ଣ୍ଣାଟକ ରାଜ୍ୟ ରଇଥ ସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେ କୃଷକମାନଙ୍କ ବିକାଶ ନେଇ ସର୍ବଦା ସଂଗ୍ରାମ ଚଳାଇ ଆସିଥିଲେ । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପ୍ପା, କର୍ଣ୍ଣାଟକ ପଞ୍ଚାୟତରାଜ ମନ୍ତ୍ରୀ କେଏସ ଈଶ୍ୱରାପ୍ପାଙ୍କ ବହୁତ ରାଜନେତା ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.