fbpx
BSKY
BJD MC SKY
BJD YOUTH SKY

ଅଦ୍ଭୁତ ଦୃଶ୍ୟ! ସୌରମଣ୍ଡଳ ବାହାରେ ପ୍ରଥମ କରି ଦେଖାଗଲା Radiation Belt

ନୂଆଦିଲ୍ଲୀ: ଆଜିକାଲି ବିଜ୍ଞାନ ତଥା ପ୍ରଯୁକ୍ତିବିଦ୍ୟା ଜ୍ୟେତିର୍ବଜ୍ଞାନ କ୍ଷେତ୍ରରେ ଖୁବ ଆଗକୁ ଯାଇ ସାରିଲାଣି । ଏହି ବିଜ୍ଞାନର ସାହାଯ୍ୟରେ ବୈଜ୍ଞାନିକ ଏବେ ଟେଲିସ୍କୋପ ଦ୍ୱାରା ବ୍ରହ୍ମାଣ୍ଡ ଆରମ୍ଭର କିଛି ସମୟ ପରେ ସୃଷ୍ଟି ହେଉଥିବା ଆଲୋକକୁ ପଢିବା ପାଇଁ କିଛି ମାତ୍ରାରେ ସକ୍ଷମ ହୋଇ ପାରିଛନ୍ତି । ସେହିପରି ସୌରମଣ୍ଡଳ ବାହାରେ ମିଲକି ୱେ ଗାଲାକ୍ସିରେ ଉପସ୍ଥିତ ସୂକ୍ଷ୍ମ ବିକିରଣ ଏବଂ ଏଥିରେ ଥିବା ବସ୍ତୁର ଛୋଟ ବିବରଣୀ ପାଇବାରେ ବିଭିନ୍ନ ସମସ୍ୟାକୁ ସାମନା କରିଛନ୍ତି । ତେବେ ଏଥିରେ ସବୁଠୁ ବଡ ଚାଲେଞ୍ଜ ହେଉଛି ଚୁମ୍ବକୀୟ କ୍ଷେତ୍ର ଥିବା ପିଣ୍ଡର ରେଡିଏସନ ବ୍ଲେ୍କୁ ଦେଖିବା । ନିକଟରେ ଏକ ତାରାର ରେଡିଏମସନ ବେଲ୍ଟ ଦେଖିବାରେ ସଫଳ ହୋଇଛି ବୈଜ୍ଞାନିକ ଟିମ୍।

ତାରା ହେଉ ଅବା ଗ୍ରହ, ଏହାର ଚୁମ୍ବକୀୟ କ୍ଷେତ୍ର ରହିଲେ ଏଥିରୁ ବିକିରଣ ବେଲ୍ଟ ରହିଥାଏ । ସୌରମଣ୍ଡଳର ସମସ୍ତ ଚୁମ୍ବକୀୟ କ୍ଷେତ୍ର ସହିତ ସମସ୍ତ ଗ୍ରହରେ ବିକିରଣ ବେଲ୍ଟ ରହିଛି । ଏହି ଡେନୋଟ ଆକୃତିର ଅଞ୍ଚଳଗୁଡିକ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ସୀମିତ ଯେଉଁଠାରେ ସୂକ୍ଷ୍ମ କଣିକା ଆସେ ଏବଂ ରେଡିଓ ଆଲୋକରେ ଚମକିବା ପାଇଁ ତ୍ୱରାନ୍ୱିତ ହୋଇଥାଏ । କିନ୍ତୁ ରେଡିଏସନ ବେଲ୍ଟରୁ ବାହାରୁଥିବା ବିକିରଣ ବା ଉତ୍ସର୍ଜନ ଖୁବ କମଜୋର ହୋଇଥାଏ । ତେଣୁ ସୌରମଣ୍ଡଳ ବାହାରେ ରେଡିଏସନ ବେଲ୍ଟର ଦୁର୍ବଳ ଆଲୋକ ବା ଉତ୍ସର୍ଜନକୁ ଚିହ୍ନଟ କରିବା ଅସମ୍ଭବ ପ୍ରାୟ ହୋଇଥାଏ । ତେଣୁ ଏବେ ଜ୍ୟୋତିର୍ବଜ୍ଞାନୀମାନେ ସୌରମଣ୍ଡଳ ବାହାରେ ଥିବା ଏହି ବିକିରଣ ବେଲ୍ଟର ଫଟୋ ଉଠାଇବାକୁ ଏକ ବଡ ସଫଳତା ବୋଲି କୁହାଯାଉଛି ।

ଚିହ୍ନଟ ହୋଇଥିବା ପିଣ୍ଡଟି ଏକାଧିକ ନିମ୍ନମାନର ଲାଲ୍ ବଧୂ ତାରକା । ଏହାର ଆକାର ବ୍ୟାସ ବୃହସ୍ପତିର ବ୍ୟାସ ଅପେକ୍ଷା ବଡ ହୋଇଥାଏ । କିନ୍ତୁ ଏହାର ଓଜନ ବୃହସ୍ପତି ଗ୍ରହ ଅପେକ୍ଷା ୭୭ ଗୁଣ ଅଧିକ ଏବଂ ପୃଥିବୀଠାରୁ ମାତ୍ର ୨୦ ଆଲାକବର୍ଷ ଦୂରରେ ଅବସ୍ଥିତ ରହିଛି । ତେବେ ପୃଥିବୀର ରେଡିଏସନ ବେଲ୍ଟକୁ ଭ୍ୟାନ ଏଲନ ବେଲ୍ଟ ବୋଲି କୁହାଯାଏ । ଶନି, ନେପଚୁନ୍, ୟୁରେନ୍ସ ଏବଂ ବୁଧ ସମସ୍ତ ଗ୍ରହ ନିକଟରେ ରେଡିଏସନ ବେଲ୍ଟ ରହିଛି ।

Get real time updates directly on you device, subscribe now.