fbpx
BJD
BJD SKY
BJD SKY

୪ ଜଣ ମହିଳା ସିପାହୀ ଲିଙ୍ଗ ପରିବର୍ତ୍ତନ କରି ହେବାକୁ ଚାହୁଁଛନ୍ତି ପୁରୁଷ, ଡିଜି ଅଫିସରେ ମାଗିଛନ୍ତି ଅନୁମତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ୪ ଜଣ ମହିଳା ସିପାହୀ ଏବେ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏହି ୪ ଜଣ ମହିଳା ସିପାହୀ ପୁରୁଷ ହେବା ପାଇଁ ଡିଜି ଅଫିସ୍‌ରେ ଦରଖାସ୍ତ ଦେଇ ଲିଙ୍ଗ ପରିବର୍ତ୍ତନ ଲାଗି ଅନୁମତି ମାଗିଛନ୍ତି । ତେବେ ଏହି ଖବରକୁ ନେଇ ଏବେ ସାରା ଦେଶରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୋଲିସ ମୁଖ୍ୟାଳୟରେ ବି ଏହି ଆବେଦନ ପତ୍ରକୁ ପଢିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । କେବଳ ଏତିକି ନୁହେଁ ଜଣେ ମହିଳା ସିପାହୀ ଲିଙ୍ଗ ପରିବର୍ତ୍ତନ ଲାଗି ହାଇକୋର୍ଟରେ ବି ପହଞ୍ଚି ଯାଇଛନ୍ତି । ହାଇକୋର୍ଟ ବି ମହିଳା ସିପାହୀଙ୍କ ଆବେଦନକୁ ସାମ୍ବିଧାନିକ ଅଧିକାର ବୋଲି କହି ସ୍ୱୀକୃତି ଦେଇଛନ୍ତି ।

ଗୋରଖପୁର, ଗୋଣ୍ଡା, ସୀତାପୁର ଓ ଅଯୋଧ୍ୟାରେ ନିୟୋଜିତ ଏହି ମହିଳା ସିପାହୀ ପୁରୁଷ ହେବା ନେଇ ନିଜର ଇଚ୍ଛାକୁ ପରିପ୍ରକାଶ କରିଛନ୍ତି । ତେବେ ଏହି ୪ ମହିଳାଙ୍କ ଆବେଦନ ଯେତେବେଳେ ଉଚ୍ଚ ଅଧିକାରୀଙ୍କ ପାଖରେ ପହଞ୍ଚି ଯାଇଛି ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାପରେ ଡିଜି ଅଫିସ୍ ପକ୍ଷରୁ ୪ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ସଂପୃକ୍ତ ମହିଳାଙ୍କ କାଉନସେଲିଂ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏ ସଂପର୍କରେ ଜଣେ ମହିଳା ସିପାହୀ କହିଛନ୍ତି , ଏ ପର୍ଯ୍ୟନ୍ତ ଲକ୍ଷ୍ନୌସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ କୌଣସି ଜବାବ ଆସିନାହିଁ । ସେ କହିଛନ୍ତି ଯଦି କୌଣସି ସକରାତ୍ମକ ଜବାବ ଆସିବ ନାହିଁ ତେବେ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହେବେ ।

ଅଯୋଧ୍ୟାରେ ରହୁଥିବା ମହିଳା ସିପାହୀ କହିଛନ୍ତି ୨୦୧୯ରେ ଉତ୍ତରପ୍ରଦେଶ ପୋଲିସରେ ତାଙ୍କର ଚୟନ ହୋଇଥିଲା । ଲିଙ୍ଗ ପରିବର୍ତ୍ତନ ଲାଗି ସେ ଫେବୃୟାରୀରୁ ଚେଷ୍ଟା କରୁଛନ୍ତି । ସେ କହିଛନ୍ତି ପଢିବା ସମୟରୁ ତାଙ୍କ ହରମୋନରେ ପରିବର୍ତ୍ତନ ହେଉଥିବା ନେଇ ସେ ଅନୁଭବ କରିଥିଲେ । ଏହାପରେ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଡାକ୍ତରଙ୍କ ରିପୋର୍ଟ ଆଧାରରେ ସେ ଲିଙ୍ଗ ପରିବର୍ତ୍ତନ ଲାଗି ଆବେଦନ କରିଛନ୍ତି ।

Get real time updates directly on you device, subscribe now.