fbpx
BJD
BJD SKY
BJD SKY

ଏଣିକି ରାଜ୍ୟରେ କିନ୍ନରମାନଙ୍କ ପାଇଁ ମାଗଣା ହେବ ବସଯାତ୍ରା: ନିଜେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଏଣିକି କିନ୍ନରମାନଙ୍କ ପାଇଁ ବସଯାତ୍ରା ମାଗଣା ହେବ। ପୂର୍ବରୁ ରାଜ୍ୟରେ ମହିଳା ମାନଙ୍କ ପାଇଁ ମାଗଣା ବସଯାତ୍ରାର ସୁବିଧା ରହିଥିବା ବେଳେ ଏବେ କିନ୍ନରମାନଙ୍କ ପାଇଁ ବି ସମାନ ସୁବିଧା କରାଯାଇଛି। ତେବେ ଏଭଳି ଏକ ପ୍ରଶଂସନୀୟ ସେବା ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ସୋମବାର ଏନେଇ ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରି କହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଖୁବଶୀଘ୍ର ଏହି ନିଷ୍ପତ୍ତିକୁ କ୍ୟାବିନେଟରେ ଗୃହୀତ କରି କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଯେ ବର୍ତ୍ତମାନ କିନ୍ନରମାନଙ୍କ ପାଇଁ ଦିଲ୍ଲୀ ସରକାରୀ ବସ୍ ରେ ଯାତ୍ରା ସମ୍ପୂର୍ଣ୍ଣ ମାଗଣା ହେବ। ଖୁବଶୀଘ୍ର ଏହି ନିଷ୍ପତ୍ତିକୁ କ୍ୟାବିନେଟରେ ଗୃହୀତ କରି କାର୍ଯ୍ୟକାରୀ କରାଯିବ। ଏହି ନିଷ୍ପତ୍ତି କିନ୍ନର ସମ୍ପ୍ରଦାୟର ଲୋକଙ୍କୁ ବହୁତ ଫାଇଦା ଦେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ତେବେ ଆମ ସାମାଜିକ ପରିବେଶରେ କିନ୍ନର ସମ୍ପ୍ରଦାୟ ବହୁତ ଅବହେଳିତ। ଏହା ହେବା ଉଚିତ ନୁହେଁ, ସେମାନେ ମଧ୍ୟ ମଣିଷ ଏବଂ ସେମାନଙ୍କର ମଧ୍ୟ ସମାନ ଅଧିକାର ଅଛି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ।

ଏହା ସହ କେଜ୍ରିୱାଲ କହିଛନ୍ତି, କିନ୍ନର ସମାଜ ଏପରି ଏକ ସମାଜ ଯାହାକୁ ଆଜି ପର୍ୟ୍ୟନ୍ତ ସମସ୍ତ ସମାଜ ଅବହେଳିତ କରିଆସିଛି, ସେମାନଙ୍କ ବିକାଶ ପାଇଁ କୌଣସି କାମ କରିନାହିଁ । ଗତ ୭୫ ବର୍ଷ ମଧ୍ୟରେ କୌଣସି ଦଳର ସରକାର କିନ୍ନର ସମ୍ପ୍ରଦାୟ ପାଇଁ କୌଣସି କାମ କରିନାହାନ୍ତି। ଆଜି ମୁଁ ଏହା କହି ବହୁତ ଖୁସି ଯେ ଦିଲ୍ଲୀ ସରକାର କିନ୍ନର ସମ୍ପ୍ରଦାୟ ପାଇଁ ଏକ ବହୁତ ବଡ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.