fbpx

ମାଗଣା ସିଭିଲ୍ ସର୍ଭିସ କୋଚିଂ: ଆସନ୍ତା ୧୦ ତାରିଖରୁ କୋଚିଂ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି । ସେଥିପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରାଯାଇଥିଲା । ଏହି ମାଗଣା ସଭିଲ ସର୍ଭିସ କୋଚିଂ ପାଇଁ ମାର୍ଚ୍ଚ ମାସ ୨୬ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠି ହୋଇଥିଲା । ରାଜ୍ୟର ୫ଟି ସହରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ ।

ତେବେ ଏହି ପରୀକ୍ଷାରେ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣ ମେଧାବୀଙ୍କୁ ଚୟନ କରାଯାଇଛି । ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ମେଧାବୀଙ୍କୁ ରାଜ୍ୟ ସରକାର ମାଗଣାରେ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ପାଇଁ କୋଚିଂ ପ୍ରଦାନ କରିବେ । ଗତ ସପ୍ତାହରେ ଏହି ପରୀକ୍ଷାର ରେଜଲ୍ଟ ରାଜ୍ୟ ସରକାରଙ୍କ ସାମ୍ସ ପୋର୍ଟାଲରେ ଜାରି କରାଯାଇଥିଲା ।

ତେବେ ମାଗଣା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨୦୦ ପ୍ରାର୍ଥୀଙ୍କୁ ଏବେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଆସନ୍ତା ୧୦ ତାରିଖରୁ ଏହି ଟ୍ରେନିଂ ଆରମ୍ଭ ହେବ । ପ୍ରାର୍ଥୀମାନେ ୯ ତାରିଖରେ ସେଞ୍ଚୁରିଆନ୍ ୟୁନିଭରସିଟିରେ ଯୋଗଦେବେ । ଏହି ଅବସରରେ ସେମାନେ ନିଜର ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ନେଇ ପହଞ୍ଚିବେ । ୧୦ ତାରିଖ ପୂର୍ବାହ୍ନ ୯ଟା ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ପ୍ରଶିକ୍ଷଣ ଯୋଜନାର ଶୁଭାରମ୍ଭ କରିବେ । ମାଗଣା କୋଚିଂ ପାଇଁ ୧୦୦ ଜଣ ସାଧାରଣ ବର୍ଗ, ୩୨ ଜଣ ଅନୁସୂଚିତ ଜାତି (ଏସସି), ୪୫ ଜଣ ଅନୁସୂଚିତ ଜନଜାତି (ଏସଟି) ଏବଂ ୨୩ ଜଣ ସାମାଜିକ ଓ ଶୈକ୍ଷିକ କ୍ଷେତ୍ରରେ ପଛୁଆ ଜାତି (ଏସଇବିସି) ପ୍ରାର୍ଥୀ ସିଲେକ୍ଟ ହୋଇଛନ୍ତି ।

Get real time updates directly on you device, subscribe now.