fbpx

Free Enjoy କରନ୍ତୁ Ind-Pak ମ୍ୟାଚ: ଜାଣନ୍ତୁ କେମିତି ମିଳିବ ଏହି ଖାସ୍ ଅଫର୍

AAKASH

ନୂଆଦିଲ୍ଲୀ: ଆଜି ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମୁକାବିଲା ହେବାକୁ ଯାଉଛି । ଚଳିତ ଏସିଆ କପରେ ଗତ ମାସ ୨୮ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହୋଇଥିବା ବେଳେ ଭାରତ ପାକକୁ ମାତ୍ ଦେଇଥିଲା । ତେବେ ପୁଣି ଛଅ ଦିନ ପରେ ଦୁଇ ଦଳର ଲଢ଼େଇ ଦେଖିବାକୁ କ୍ରୀଡ଼ାପ୍ରେମୀ ଚାହିଁ ରହିଛନ୍ତି ।

ତେବେ ଆପଣମାନେ ଡିସନେ ପ୍ଲସ ହଟଷ୍ଟାର ପ୍ଲାଟଫର୍ମରେ ମାଗଣାରେ ଭାରତ-ପାକ୍ ମ୍ୟାଚର ମଜା ଉଠାଇ ପାରିବେ । ଆଜି ସନ୍ଧ୍ୟା ୭.୩୦ ସମୟରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏହାର ଲାଇଭ୍ ଷ୍ଟ୍ରିମ୍ ଟିଭି ସହିତ ଅନଲାଇନରେ ମଧ୍ୟ ପ୍ରସାରଣ କରାଯିବ । ଆପଣ ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କରେ ଏହି ମ୍ୟାଚ ଦେଖି ପାରିବେ । ସେହିପରି ମୋବାଇଲ ଓ ଅନ୍ୟ ଡିଭାଇସରେ ଡିସନେ ପ୍ଲସ ହଟଷ୍ଟାର ଜରିଆରେ ମଧ୍ୟ ଲାଇଭ୍ ଦେଖିପାରିବେ । ତେବେ ଏଥିପାଇଁ ଆପଣଙ୍କ ପାଖରେ ଡିସନେ ପ୍ଲସ ହଟଷ୍ଟାରର ସବସ୍କ୍ରିପସନ ଥିବା ଜରୁରୀ ।

ଆପଣମାନେ ଚାହିଁଲେ ଡିସନେ ପ୍ଲସ ହଟଷ୍ଟାରର ଫ୍ରି ସବସ୍କ୍ରିପସନ ମଧ୍ୟ ନେଇପାରିବେ । ଏଥିପାଇଁ ଆପଣଙ୍କୁ ସିଲେକ୍ଟେଡ ପ୍ରିପେଡ ପ୍ଲାନ ନେବାକୁ ପଡ଼ିବ । ଏହାଛଡ଼ା ଇ-କମର୍ସ ସାଇଟ ଫ୍ଲିପକର୍ଟ ମଧ୍ୟ ଏହି ସବସ୍କ୍ରିପସନକୁ ମାଗଣାରେ ନେବାକୁ ସୁବିଧା ପ୍ରଦାନ କରୁଛି । ଯଦି ଆପଣଙ୍କ ପାଖରେ ଟାଟା ପ୍ଲେ କନେକ୍ସନ ଥିବ ଓ ଷ୍ଟାର ସ୍ପୋର୍ଟ୍ସ ଚାନେଲ ଓପନ ସବସ୍କ୍ରାଇବ କରି ରଖିଥିବେ, ତେବେ ଫ୍ରି’ରେ ଡିସନେ ପ୍ଲସ ହଟଷ୍ଟାରରେ ମ୍ୟାଚ ଦେଖି ପାରିବେ ।

Get real time updates directly on you device, subscribe now.