fbpx

ସାଙ୍ଗ ସାଜିଲା ସଇତାନ: ମଦ ପାଇଁ ବରକୁ ହତ୍ୟା

Advertisement

ଉତ୍ତରପ୍ରଦେଶ, ୧୮ା୧୨: ମଦ ପାଇଁ ସାଙ୍ଗ ସାଜିଲା ଶତ୍ରୁ । ବିବାହ ବେଦୀକୁ ବର ବେଶରେ ସଜ୍ଜିତ ହୋଇଥିବା ସାଙ୍ଗୁ ଛୁରି ଭୁସି ହତ୍ୟା କଲେ ସାଙ୍ଗମାନେ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଆଲିଗଡ଼ ଅଞ୍ଚଳରେ ।ସୂଚନା ଅନୁଯାୟୀ, ଆଲିଗଡ଼ର ୨୮ ବର୍ଷୀୟ ଯୁବକ ବବଲୁଙ୍କ ବାହାଘର ହେଉଥିଲା । ସେ ନିଜସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ବରଯାତ୍ରୀରେ ଯିବା ପାଇଁ ସାଙ୍ଗମାନେ ବବଲୁଙ୍କୁ ମଦ ମାଗିଥିଲେ । ଏକଥା ଶୁଣି ବବଲୁ ସିଧାସିଧା ମନା କରିଦେଇଥିଲେ ମଦ ଦେବା ପାଇଁ ।
ବବଲୁଙ୍କ ଠାରୁ ଏ ଜବାବ ଶୁଣି ସାଙ୍ଗମାନେ ରାଗିପାଚି ଲାଲ ହୋଇଯାଇଥିଲେ । ସମସ୍ତେ ମିଶି ବବୁଲୁଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରିଥିଲେ । ଫଳରେ ବବଲୁ ଗୁରୁତର ହୋଇଥିଲେ । ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସାମାନ୍ୟ ମଦ ପାଇଁ ସାଙ୍ଗ ହୋଇ ଆଉ ଜଣେ ସାଙ୍ଗର ଜୀବନ ନେବା କେତେଦୂର ଠିକ । ହୁଏତ ଅଭିଯୁକ୍ତମାନେ ଆଜି ଜେଲ ଚାରିକାନ୍ଥ ଭିତରେ ଥିବେ, ମାତ୍ର ବବଲୁ ଆଉ ଫେରି ଆସିବେନି । ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ବବଲୁଙ୍କ ଜୀବନ ସବୁଦିନ ପାଇଁ ଶେଷ ହୋଇଗଲା ।

Get real time updates directly on you device, subscribe now.