fbpx

ଭୂକମ୍ପ ଠାରୁ ପୁଟିନଙ୍କ ହତ୍ୟା ପର୍ଯ୍ୟନ୍ତ..,୨୦୨୪ ଲାଗି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ସାରା ବିଶ୍ୱ ଆତଙ୍କିତ

Advertisement

ନୂଆଦିଲ୍ଲୀ:ବୁଲଗେରିଆର ରହସ୍ୟବାଦୀ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ମୃତ୍ୟୁ ୨୭ ବର୍ଷ ତଳେ ହୋଇସାରିଛି । କିନ୍ତୁ ତାଙ୍କ ଭବିଷ୍ୟବାଣୀ ଧୀରେ ଧୀରେ ସତ ହେବାରେ ଲାଗିଛି । ତେବେ ବର୍ଷ ୨୦୨୪ କୁ ନେଇ ସେ କରିଥିବା ଭବିଷ୍ୟବାଣୀ ଆଜି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ସେ ଯାହା ଯାହା କହିଥିଲେ ଆଜି ସାରା ଦୁନିଆରେ ସେପରି ପରିସ୍ଥିତି ଦେଖାଦେଇଛି ।
ବାବା ଭେଙ୍ଗା ଦୃଷ୍ଟିହୀନ ଥିଲେ ଓ ଆଜିସୁଦ୍ଧା ତାଙ୍କର ବହୁ ଭବିଷ୍ୟବାଣୀ ସତ ହେବାରେ ଲାଗିଛି । ସେ ୯/୧୧ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ବ୍ରେଗଜିଟ୍ ବିଷୟରେ ବି ଭବିଷ୍ୟବାଣୀ କରିଥିଲେ ।

ବାବା ଭେଙ୍ଗା ୨୦୨୪କୁ ନେଇ ବହୁ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ଙ୍କୁ ହତ୍ୟା କରାଯିବାକୁ ଉଦ୍ୟମ ହେବ । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ କେବଳ ବିଶ୍ୱର ବୃହତ୍ତ ଶକ୍ତି ମାନଙ୍କ ସହ ନୁହେଁ ନିଜ ଘରେ ମଧ୍ୟ ବିରୋଧର ସାମ୍ନା କରୁଛନ୍ତି । ଏହା ବ୍ୟତିତ ବାବା ଭେଙ୍ଗା କହିଥିଲେ କି ପୃଥିବୀ ଏହାର କକ୍ଷରେ ଗତିପଥର ପରିବର୍ତ୍ତନ କରିବ ଯାହାଫଳରେ ବିଭିନ୍ନ ପ୍ରକାର ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିବ । ସେ ଏହା ମଧ୍ୟ କହିଛନ୍ତି କି ୨୦୨୪ରେ କ୍ୟାନସରର ସଫଳ ଚିକିତ୍ସା ଲାଗି ମେଡିସିନ ମିଳିଯିବ ।

ବାବା ଭେଙ୍ଗା କହିଥିଲେ କି ୨୦୨୪ରେ ରାଷ୍ଟ୍ରପତି ପୁଟିନଙ୍କର ହତ୍ୟା ତାଙ୍କ ଦେଶର କୌଣସି ବ୍ୟକ୍ତି ହିଁ କରିଦେବ । ଏହା ବ୍ୟତିତ ସେ କହିଥିଲେ କି ୟୁରୋପରେ ଅରାଜକତା ବ୍ୟାପିଯିବ ଓ ଆତଙ୍କବାଦୀ ଆକ୍ରମଣ ହେବ । ସେ ଆର୍ଥିକ ସଂକଟ ବିଷୟରେ ବି ଭବିଷ୍ୟବାଣୀ କରିଥିଲେ ଓ କହିଥିଲେ ଏହି କାରଣରୁ ଅର୍ଥ ବ୍ୟବସ୍ଥାର କେନ୍ଦ୍ର ପଶ୍ଚିମରୁ ପୂର୍ବକୁ ସ୍ଥାନାନ୍ତରୀତ ହେବ । ବାବା ଭେଙ୍ଗା ନିଜ ଭବିଷ୍ୟବାଣୀରେ ସାଇବର କ୍ରାଇମର ବି ଉଲ୍ଲେଖ କରିଛନ୍ତି । ଏହାସହିତ ସେ କହିଛନ୍ତି କି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ ବଡ ଧରଣର ଆକ୍ରମଣ ହେବ ।

ଚିକିତ୍ସା ଓ ଟେକନିକ୍ କ୍ଷେତ୍ରରେ ବିକାଶ ହେବ ବୋଲି ମଧ୍ୟ ସେ କହିଛନ୍ତି । ବାବା ଭେଙ୍ଗା କହିଛନ୍ତି କ୍ୟାନସର ପରି ରୋଗର ସଫଳ ଚିକିତ୍ସାର ସୂତ୍ର ମିଳିଯିବ । ଏହା ବ୍ୟତିତ କ୍ୱାଣ୍ଟମ କମ୍ପ୍ୟୁଟିଂ କ୍ଷେତ୍ରରେ ବି ପ୍ରଗତି ହେବ ।

Get real time updates directly on you device, subscribe now.