fbpx

ଆଜିଠୁ ବଦଳିଯିବ ବ୍ୟାଙ୍କ, ରେଳ, PF, ଗ୍ୟାସ୍ ସହ ଜଡିତ ବହୁ ନିୟମ

ଦେଶରେ ଲକ୍-ଡାଉନ୍ ପ୍ରଭାବ ଜାରି ରହିଥିବା ବେଳେ ଆଜିଠାରୁ ଅର୍ଥାତ୍ ମେ ୧ରୁ ଆପଣଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ବହୁ ଜିନିଷ ବଦଳିଯିବ । ଏଥିରେ ବ୍ୟାଙ୍କ, ଏଟିଏମ୍, ରେଳ, ବିମାନ ଉଡାଣ ଆଦି ସାମିଲ ରହିଛି । ଏଥିରେ କେଉଁଟି ଆପଣଙ୍କ ପାଇଁ ଶସ୍ତା ହେବ ତ ଆଉ କେଉଁଟି ମହଙ୍ଗା । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ..

୧-SBIର ସେଭିଂ ଆକାଉଣ୍ଟରେ ଆଜିଠାରୁ ଆପଣଙ୍କୁ କମ୍ ସୁଧହାର ମିଳିବ । ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଫଡି ଉପରେ ୩.୦୫ ପ୍ରତିଶତ ସୁଧ ଦେବ ବ୍ୟାଙ୍କ । ୧ ଲକ୍ଷରୁ ଅଧିକ ଟଙ୍କା ନିବେଶ ଉପରେ ୩.୨୫ ପ୍ରତିଶତ ସୁଧ ମିଳିବ । ଏହା ରେପୋ ରେଟଠାରୁ ୨.୭୫ ପ୍ରତିଶତ କମ୍ ରହିଛି ।

୨- ଶସ୍ତାରେ ମିଳିବ ଏଲପିଜି ଗ୍ୟାସ୍ ସିଲିଣ୍ଡର । ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଯଥା ଏଚପିସିଏଲ, ବିପିସିଏଲ ଓ ଏଲଓସି ବିନା ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ୧୪.୨ କିଲୋଗ୍ରାମର ବିନା-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦାମ ଦିଲ୍ଲୀରେ ଏବେ ୧୬୨.୫ ଟଙ୍କା ଶସ୍ତା ହୋଇଛି । ଏବେ ଏଲପିଜି ସିଲିଣ୍ଡର ଗ୍ୟାସର ମୂଲ୍ୟ ୫୮୧.୫୦ ଟଙ୍କା ରହିଛି । ଏହି କ୍ରମରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୨୫୬ ଟଙ୍କା ହ୍ରାସ ପାଇଁ ୧୦୨୯.୫୦ ଟଙ୍କା ହୋଇଛି ।

୩- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନବି ଡିଜିଟାଲ ୱାଲେଟ ମେ ୧ରୁ କାମ କରିବ ନାହିଁ । ପିଏନପିର ସମସ୍ତ ଗ୍ରାହକ ଯେଉଁମାନେ ଏହାର କିଟି ୱାଲେଟ ବ୍ୟବହାର କରୁଥିଲେ, ସେମାନେ ଏବେ ଆଇଏମପିଏସ ମାଧ୍ୟମରେ ୱାଲେଟ ଟଙ୍କା ଟ୍ରାନ୍ସଫର ବା ଖର୍ଚ୍ଚ କରିପାରିବେ ।

୪- EPFOରେ ସେହି ମାନଙ୍କୁ ପୁରା ପେନସନ୍ ମିଳିବ, ଯେଉଁମାନେ ମେ ମାସରୁ ଅବସର ସମୟରେ ବି କମ୍ୟୁନିକେସନର ବିକଳ୍ପ ରଖିବାକୁ ଚାହୁଛନ୍ତି । ୧୫ ବର୍ଷ ପରେ ସମ୍ପୂର୍ଣ୍ଣ ପେନସନ୍ ଲାଗୁ ହେବ । ଏନେଇ ସରକାର ଫେବୃଆରୀରେ ଏକ ବିଜ୍ଞପ୍ତି ଜାରି କରିଥିଲେ ।

୫- କରୋନା ପାଇଁ ATM ରେ ବି ନିୟମ ବଦଳିଯାଇଛି । ଏଣିକି ପ୍ରତିଥର ଏଟିଏମ ବ୍ୟବହାର କରାଯିବା ପରେ ସଫା ହେବ । ଯେପରି ଅନ୍ୟମାନେ କରୋନାରେ ସଂକ୍ରମିତ ନହେବେ ।

୬- ଲକ୍-ଡାଉନ୍ କାରଣରୁ ଟ୍ରେନ୍ ଚାଲୁନଥିଲେ ବି ରେଳ ବିଭାଗ ପକ୍ଷରୁ କିଛିଟା ନିୟମରେ ପରିବର୍ତ୍ତନ କରାଯାଇଛି । ରେଳ ଚଳାଚଳ ଆରମ୍ଭ ହେଲେ ଏହି ନିୟମ ପାଳନ କରିବାକୁ ପଡିବ । ନିୟମ ମୁତାବକ, ରିଜର୍ଭସେନ ଚାର୍ଟ ପ୍ରସ୍ତୁତ ହେବାର ୪ ଘଣ୍ଟା ପୂର୍ବରୁ ଯାତ୍ରୀ ନିଜର ଷ୍ଟେସନ ପରିବର୍ତ୍ତନ କରିପାରିବ । ଏଥିରେ ବୋର୍ଡିଂ ଷ୍ଟେସନ ବଦଳାଇଲେ ଯାତ୍ରୀଙ୍କୁ ଟ୍ରେନ୍ ସୁବିଧା ମିଳିବ ନାହିଁ ଓ ଟିକେଟ୍ ବାତିଲ କଲେ ଟଙ୍କା ଫେରସ୍ତ ମିଳିବ ନାହିଁ ।

୭-ମେ ୧ରୁ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଟିକେଟ୍ ବାତିଲ କରିବାକୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । ନିୟମ ମୁତାବକ, ବୁକିଂ କରିବାର ୨୪ ଘଣ୍ଟା ଭିତରେ ଯଦି ଯାତ୍ରୀ ଟିକେଟ୍ ବାତିଲ କରନ୍ତି ବା ସେଥିରେ କୌଣସି ପରିବର୍ତ୍ତନ କରନ୍ତି ତେବେ ସେଥିପାଇଁ ତାଙ୍କୁ ଚାର୍ଜ ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.