fbpx
BSKY SKY
BSKY SKY

ଇତିହାସ ରଚିଲା ଭାରତ: ମିଶନ ଗଗନଯାନକୁ ସଫଳତାର ସହିତ ଲଞ୍ଚ କଲା ISRO

BSKY

ନୂଆଦିଲ୍ଲୀ: ଆଜିର ଦିନ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ମହାକାଶ କ୍ଷେତ୍ରରେ ଇତିହାସ ରଚିଛି ଭାରତ । ମିଶନ ଗଗନଯାନକୁ ସଫଳତାର ସହିତ ଲଞ୍ଚ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । କ୍ରୁ ମଡ୍ୟୁଲର ଲଞ୍ଚ ସଫଳ ହୋଇଥିବା ନେଇ ଇସ୍ରୋ ମୁଖ୍ୟ ଏସ. ସୋମନାଥ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଖରାପ ମୌସୁମୀ କାରଣରୁ କ୍ରୁ ମଡ୍ୟୁଲର ଲଞ୍ଚିଂକୁ ସ୍ଥଗିତ ରଖାଯାଇଥିଲା ।

ଆନ୍ଧ୍ରପ୍ରଦେଶର ସତୀଶ ଧବନ ମହାକାଶ କେନ୍ଦ୍ରରୁ ମାନବଶୂନ୍ୟ ଉଡ଼ାଣ ଲଞ୍ଚ କରି ଇତିହାସ ରଚିଛି ଇସ୍ରୋ । ଅନେକ ବାଧା ଓ ଚ୍ୟାଲେଞ୍ଜକୁ ପାର କରି ଶେଷରେ ଇସ୍ରୋ ଏହି ସଫଳତା ହାସଲ କରିଛି । ଏହି ସଫଳତା ପରେ ଇସ୍ରୋ ପୂରା ଟିମକୁ ଶୁଭେଚ୍ଛା ଜଣାଇଛି । ମହାକାଶ ଯାତ୍ରୀଙ୍କ ପାଇଁ ତିଆରି ହୋଇଥିବା କ୍ରୁ ମଡ୍ୟୁଲକୁ ଟେଷ୍ଟ ଭେହିକିଲ ନିଜ ସହିତ ଉପରକୁ ନେଇ କରି ଯାଇଥିଲା । ରକେଟ କ୍ରୁ ମଡ୍ୟୁଲକୁ ନେଇ ତାହା ୧୬୫୦ କିମି ଉପରକୁ ଯିବ ଓ ପୁଣି ବଙ୍ଗୋପ ମହାସାଗରରେ ଲ୍ୟାଣ୍ଡିଂ କରିବ ।

ଆଜି ସକାଳ ୮ଟାରେ ଗଗନଯାନ ମିଶନ ଲଞ୍ଚ ପାଇଁ ସ୍ଥିର ହୋଇଥିଲା । ମାତ୍ର ମୌସୁମୀ ଖରାପ କାରଣରୁ ତାହାକୁ ୮.୪୫ ପାଇଁ ଶିଡ୍ୟୁଲ କରାଯାଇଥିଲା । ବୈଷୟନିକ ଜନିତ ତ୍ରୁଟି କାରଣରୁ ଇଞ୍ଜିନ ଠିକରେ କାମ କରିପାରିନଥିଲା । ତେଣୁ ଲଞ୍ଚିଂକୁ ସ୍ଥଗିତ କରିବାକୁ ପଡ଼ିଥିଲା । ଏଥିସହିତ ତ୍ରୁଟିକୁ ଖୋଜି ତାହାର ସମାଧାନ କରାଯିବ ଓ ଆଜି ଲଞ୍ଚ ହେବ ନାହିଁ ବୋଲି ମଧ୍ୟ କୁହାଯାଇଥିଲା ।

ଏହି ଟେଷ୍ଟ ଉଡ଼ାଣର ସଫଳତା ଗଗନଯାନ ମିଶନର ପରବର୍ତ୍ତୀ ସମସ୍ତ ପ୍ଲାନିଂର ରୂପରେଖ ସ୍ଥିର କରିବ । ଏହାପରେ ଆସନ୍ତା ବର୍ଷା ପୁଣି ଏକ ଟେଷ୍ଟ ଉଡ଼ାଣ କରାଯିବ, ଯେଉଁଥିରେ ମାନବଯୁକ୍ତ ରୋବୋଟ ବ୍ୟୋମମିତ୍ରକୁ ପଠାଯିବ । ଗଗନଯାନ ମିଶନ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ? ଏହି ତିନିଦିନିଆ ମିଶନ ଜରିଆରେ ମଣିଷକୁ ଉଚ୍ଚ ସ୍ଥାନରୁ ଭୂପୃଷ୍ଠର ୪୦୦ କିଲୋମିଟର ଗଭୀର କକ୍ଷପଥକୁ ପଠାଇବା ଓ ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି । ଭାରତୀୟ ମହାକାଶଯାତ୍ରୀମାନେ ଧରିତ୍ରୀର ୪୦୦ କିମି ଗଭୀରକୁ ଯାଇ ଅନୁସନ୍ଧାନ କରିବେ ।

Get real time updates directly on you device, subscribe now.