fbpx

ଗାନ୍ଧୀ, ନେହରୁ, ସୁଭାଷ, ଆମ୍ବେଦକର, ପଟେଲଙ୍କ ପରି ବିଶିଷ୍ଟ ନେତାମାନେ NRI ଥିଲେ: ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆମେରିକା ଗସ୍ତରେ ଯାଇଥିବା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଚାଲିଛନ୍ତି । ନିକଟରେ ବିଜେପି ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରକୁ ବାଣ ମାରିଥିବା ରାହୁଲ ଏହା ମଧ୍ୟରେ ପୁଣି ଏକ ବଡ଼ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଭାରତ ସ୍ୱାଧିନତା ସଂଗ୍ରାମର ଅନ୍ୟତମ ସାରଥୀ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହରୁ, ସୁଭାଷ ବୋଷଙ୍କୁ ନେଇ ରାହୁଲ ବିବାଦୀୟ ବୟାନ ଦେଇଛନ୍ତି ।

ରାହୁଲ କହିଛନ୍ତି, ଭାରତୀୟ ସ୍ୱାଧିନତା ସଂଗ୍ରାମର ସମସ୍ତ ମୁଖ୍ୟ ପୁରୋଧାମାମାନେ ଅଣ ଭାରତୀୟ ବାସିନ୍ଦା (ଏନଆରଆଇ) ଥିଲେ । ବାହ୍ୟ ଦୁନିଆ ଉପରେ ସେମାନଙ୍କର ଖୋଲା ମନୋଭାବ ରହିଥିଲା । ଭାରତୀୟ ସ୍ୱାଧିନତା ସଂଗ୍ରାମ ସହିତ ଜଡ଼ିତ ଥିବା ଗାନ୍ଧି, ଭୀମ ରାଓ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ନେହରୁ ଓ ବୋଷଙ୍କ ବିଶିଷ୍ଟ ନେତାମାନେ ଏନଆରଆଇ ଥିଲେ । ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପକାଇଥିଲେ ।

ତେବେ ଏହି ଅବସରରେ ରାହୁଲ ବିଜେପି ସହିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)କୁ ମଧ୍ୟ ସମାଲୋଚନା କରିଥିଲେ । ଭାରତ ଏବେ ଦୁଇଟି ବିଚାରଧାରାରେ ଚାଲିଛି ବୋଲି ସେ କହିଥିଲେ । ତେବେ ବିଦେଶରେ ରାହୁଲ ଦେଶ ବିରୋଧୀ ମନ୍ତବ୍ୟ ଦେଉଥିବାରୁ ତାହା ଦେଶର ସମ୍ମାନକୁ କ୍ଷୂର୍ଣ୍ଣ କରୁଛି ବୋଲି ବିଜେପି ପାଲଟା ଜବାବ ଦେଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ରାହୁଲ ଏକାଧିକ ବାର ବିଜେପି ଉପରେ ବର୍ଷିଥିଲେ । କେରଳ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ (ଆଇୟୁଏମଏଲ) ଏକ ଧର୍ମନିରପେକ୍ଷ ଦଳ ବୋଲି ସେ ପୂର୍ବରୁ କହିଥିଲେ ।

Get real time updates directly on you device, subscribe now.