fbpx

ପୁରୀରେ ପୁଣି ଗ୍ୟାଙ୍ଗୱାର୍; ଅଶାନ୍ତ ହେଲାଣି ମାର୍କେଣ୍ଡେଶ୍ଲର ଅଞ୍ଚଳ, ‘ଖଜା’ ବିବାଦକୁ ନେଇ ଗଡ଼ିଲା ଦ୍ୱିତୀୟ ମୁଣ୍ଡ

ପୁରୀ: (ଓଡ଼ିଶା ଭାସ୍କର) ପୁରୀରେ ପୁଣି ଦେଖାଦେଇଛି ଗ୍ୟାଙ୍ଗୱାର୍ । ଆଗ ଭଳି ଅଶାନ୍ତ ହେଲାଣି ମାର୍କେଣ୍ଡେଶ୍ଲର ଅଞ୍ଚଳ । ‘ଖଜା’ ବିବାଦକୁ ନେଇ ଗଡ଼ିଲା ଦ୍ୱିତୀୟ ମୁଣ୍ଡ । ଖଜା ବେପାରକୁ ନେଇ ବିବାଦ ପରେ ହତ୍ୟାକାଣ୍ତ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବା ସୂଚନା ମିଳିଛି । ନିଜର ପତିଆରା ଦେଖାଇବା ପାଇଁ ଏପରି କରିଥିବା କୁହାଯାଉଛି ।

ଏହି ନାବାଳକ ଅଭିଯୁକ୍ତମାନେ ସମସ୍ତେ ନିଶା ସେବନ କରୁଥିବା ଜଣା ପଡ଼ିଛି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ପୁରୀ ଟାଉନ୍ ଥାନା ପୋଲିସ । ସେପଟେ ଏମାନଙ୍କୁ ଖୁବ୍ ଶୀଘ୍ର ଧରାଯିବା ନେଇ ଏସ୍.ପି ପିନାଖ୍ ମିଶ୍ର କହିଛନ୍ତି । ଅଭିଯୁକ୍ତ ନାବାଲକ ହୋଇଥିବାରୁ ସେମାନଙ୍କୁ କାଉଁସିଲିଂ କରାଯିବା ନେଇ ପୋଲିସ କହିଛି । ଗତ ଆଠ ତାରିଖରେ ମାର୍କେଣ୍ଡେଶ୍ଲର ସାହିର ରାଧାଗୋବିନ୍ଦ ଲେନ୍ ର ଦିନେଶ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା ।

ସୋମବାର ରାତିରେ ଦୁର୍ବୃତ୍ତମାନେ ଏହାର ପ୍ରତିଶ୍ରୋଦ ନେଇଛନ୍ତି । ଦିନେଶ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଦୀପ୍ତ ସାହୁଙ୍କ ଦିବ୍ୟାଙ୍ଗ ବାପା ହରିହର ସାହୁଙ୍କୁ ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଛି । ଆକ୍ରମଣ ପରେ ଗୁରୁତର ହୋଇଥିଲେ ହରିହର, ହେଲେ ଡାକ୍ତରଖାନା ନେବେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ହରିହରଙ୍କ ପରିବାର ଲୋକ ପୁରୀ ଟାଉନ୍ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।

Get real time updates directly on you device, subscribe now.