fbpx
BSKY
BJD MC SKY
BJD YOUTH SKY

ରାଜଧାନୀରେ ଗ୍ୟାଙ୍ଗୱାର, ଘର ବାହାରେ ବସିଥିବା ଯୁବକଙ୍କ ଉପରେ ଅଚାନକ ଗୁଳିମାଡ଼

ଦିଲ୍ଲୀ : ଆମ ଦେଶରେ ଅପରାଧର ସଂଖ୍ୟା ବଢିବାରେ ଲାଗିଛିା ବର୍ତ୍ତମାନର ଯୁଗରେ ଲୋକ ମାନେ ଶତ୍ରୁକୁ ପରାସ୍ତ କରିବା ପାଇଁ ଅନେକ ବେଆଇନର ରାସ୍ତା ଆପଣାଉଛନ୍ତି । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀର ଜାଫରାବାଦ ଅଞ୍ଚଳରୁ । ରାଜଧାନୀରେ ଗୋଷ୍ଠିସଂଘର୍ଷ ହେତୁ ଅନିର୍ଦ୍ଧିଷ୍ଟ ଗୁଳି ମାଡ଼ ହୋଇଛି । ଅରବାଜ ନାମକ ଜଣେ ଯୁବକ ଦୁଇ ଦିନ ପୂର୍ବରୁ ଜେଲରୁ ବାହାରି ଆସିଥିଲେ । ଜାଫରବାଦର ଗଳି ନମ୍ବର ୩୮ରେ ଅରବାଜ ଓ ତାଙ୍କ ଭାଇ ସାଙ୍ଗ ମାନଙ୍କ ସହିତ ନିଜ ଘର ବାହାରେ ବସିଥିଲେ । ସେହି ସମୟରେ କିଛି ଅଜଣା ଦୁର୍ବୃତ୍ତ ଆସି ତାଙ୍କ ଉପରେ ଗୁଳି ମାଡ଼ କରିଛନ୍ତି ।

ସେଠାକାର ଲୋକ ମାନଙ୍କ କହିବା ଅନୁସାରେ ଅଜଣା ଦୁର୍ବୃତ୍ତ ମାନେ ଛେନୁ ଗେଙ୍ଗ ଉପରେ ଗୁଳିମାଡ଼ କରିଥିଲେ । ଲଗାତାର ଗୁଳିମାଡ଼ରେ ଚାରି ଲୋକଙ୍କୁ ଗୁଳି ବାଜିଥିବା ବେଳେ , ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ନାମରେ ଆଗରୁ କ୍ରିମିନାଲ ରେକର୍ଡ଼ ଥିବା ପୋଲିସ ବୟାନ ଦେଇଛି । ଅରବାଜ ଏବଂ ସମୀରର ଅଣ୍ଟାରେ ଗୁଳି ଲାଗିଥିବା ବେଳେ ଅବ୍ଦୁଲର ଜଙ୍ଘ ଓ ହମାଜର ଛାତିରେ ଗୁଳି ବାଜିଥିଲା । ବର୍ତ୍ତମାନ ଚାରି ଜଣଙ୍କୁ ଜିଟିବି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତିି ।

ଗୁଳିକାଣ୍ଡ ପରେ ସେଠାରେ ଆତଙ୍କର ପରିସ୍ଥିତି ସୃଷ୍ଟି ହେବା ସହ ପରିବେଶ ଶାନ୍ତ ପଡ଼ିଗଲା । ପୋଲିସ ଅଧିକାରି ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସଂପୂର୍ଣ୍ଣ ଘଟଣା ଜାଣିବା ପାଇଁ ଆଖପାଖ ରେ ଥିବା ସିସିଟିଭିର ଭିଡ଼ିଓ ଫୁଟେଜ ଯାଞ୍ଚ କରୁଛି ପୋଲିସ । । ପୂର୍ବ ଶତୃତା ଯୋଗୁଁ ଏଭଳି କାଣ୍ଡ ଘଟିଥିବାର ଅନୁମାନ କରୁଛି ପୋଲିସ ।

Get real time updates directly on you device, subscribe now.