fbpx

ଦୁଷ୍କର୍ମ ବଦଳରେ ଦୁଷ୍କର୍ମ: ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତର ଭଉଣୀକୁ ବଳାତ୍କାର କଲେ ଦୁଇଭାଇ

ଭୋପାଳ: ନାବାଳିକା ଭଉଣୀ ସହିତ ହୋଇଥିବା ଯୌନ ଶୋଷଣର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତର ଭଉଣୀ ସହିତ ଦୁଇ ଭାଇ ମିଶି ଗଣବଳାତ୍କାର କରିଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ମଧ୍ୟପ୍ରଦେଶର ରୀବା ଜିଲ୍ଲାର ଗଡ ଥାନା ଅଞ୍ଚଳରୁ । ୭ ମାସ ତଳେ ହୋଇଥିବା ବଳାତ୍କାରର ପ୍ରତିଶୋଧ ଏବେ ନେଇଛନ୍ତି ଦୁଇ ଭାଇ ।

ସୂଚନା ଅନୁସାରେ, ଜଣେ ନାବାଳିକାଙ୍କ ସହିତ ୭ ମାସ ତଳେ ଦୁଷ୍କର୍ମ ହୋଇଥିଲା । ଏବେ ଅଭିଯୁକ୍ତର ୧୬ ବର୍ଷୀୟ ଭଉଣୀଙ୍କ ସହିତ ଉକ୍ତ ନାବାଳିକାଙ୍କ ଦୁଇ ଜଣ ଭାଇ ଗଣଦୁଷ୍କର୍ମ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୧୬ ବର୍ଷୀୟା ନାବାଳିକା ଜଣକ ଦୁଇ ଭାଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ କହିଛନ୍ତି ଯେ, ଦୁଇ ଭାଇ ଜୋରଜବଦରଦସ୍ତି ଘରେ ପଶି ଦୁଷ୍କର୍ମ କଲେ ଓ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ସେ ସମୟରେ ନାବାଳିକା ଜଣକ ଘରେ ଏକା ଥିଲେ । ଏହି ମାମଲାରେ ପୋଲିସ୍ ପୋକ୍ସୋ ଆକ୍ଟ ଅଧୀନରେ ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରିଛି ।

ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରତିଶୋଧ ନେବାକୁ ଯାଇ ଦୁଷ୍କର୍ମ କରିଥିବା ନେଇ ଦୁଇଭାଇଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ୍ । ୭ ମାସ ତଳେ ହୋଇଥିବା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଏବେ ଜେଲ୍ ରେ ଅଛି । ତେବେ ପୋଲିସ୍ ଦୁଇଭାଇଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଧରାପଡ଼ିନାହାନ୍ତି ।

Get real time updates directly on you device, subscribe now.