fbpx
BJD
BJD SKY
BJD SKY

ସମସ୍ତଙ୍କୁ ଟପିଗଲା ରସୁଣର ଦାମ୍ , ନୂଆବର୍ଷରେ ଖାଉଟୀଙ୍କୁ ଭାରି ପଡିବ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ମଧ୍ୟରେ ରସୁଣର ଦାମ୍ ବହୁତ ବଢିଯାଇଛି । ଖୁଚୁରା ବଜାରରେ ରସୁଣର କିଲୋ ପ୍ରତି ଦାମ୍ ୩୦୦ଟଙ୍କାରୁ ବଢି ୪୦୦ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ହୋଲସେଲ୍ ବଜାରରେ ଏହାର ମୂଲ୍ୟ କିଲୋପ୍ରତି ୧୫୦ରୁ ୨୫୦ ଟଙ୍କା ମଧ୍ୟରେ ରହିଛି ।

ରସୁଣ ବ୍ୟତିତ ଚାଉଳ ଓ ଡାଲି ମୂଲ୍ୟ ବି ବୃଦ୍ଧି ଘଟିଛି । ଫଳରେ ଦେଶରେ ମୁଦ୍ରାସ୍ଫୀତି ବହୁତ ବଢିଯାଇଛି । ଗତ କିଛିଦିନ ତଳେ ପିଆଜର ମୂଲ୍ୟ ବି ଲୋକଙ୍କୁ କନ୍ଦାଇ ଥିଲା । କିନ୍ତୁ ଏବେ ପିଆଜର ମୂଲ୍ୟ କମ୍ ରହିଛି । ତେବେ ଖାଦ୍ୟପଦାର୍ଥ ଦରବୃଦ୍ଧିକୁ ନେଇ କେତେକ ରିପୋର୍ଟରେ କୁହାଯାଇଛି କି ଫସଲ ଅମଳରେ ବିଳମ୍ବ କାରଣରୁ ଦରଦାମ୍ ବୃଦ୍ଧି ଘଟିଛି ଓ ଆଗକୁ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଅଦିନିଆ ବର୍ଷା କାରଣରୁ ରସୁଣ ଓ ପିଆଜ ଯୋଗାଣ କରୁଥିବା ଅଞ୍ଚଳ ପ୍ରଭାବିତ ହୋଇଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ପରି ପ୍ରମୁଖ ଉତ୍ପାଦକ ରାଜ୍ୟରେ ଅଦିନିଆ ବର୍ଷା ସହିତ ମାଟିର ଗୁଣବତ୍ତା ବି ପ୍ରଭାବିତ ହୋଇଛି । ଏହା ସହିତ ଫସଲ ଅମଳରେ ମଧ୍ୟ ବିଳମ୍ବ ହୋଇଛି । ଠିକ୍ ସମୟରେ ନୂଆ ଫସଲ ବଜାରରେ ନ ପହଞ୍ଚିବା କାରଣରୁ ରସୁଣ ଯୋଗାଣ ହ୍ରାସ ପାଇଛି । ଫଳରେ ଏହାର ଦାମ୍ ବୃଦ୍ଧି ପାଇଛି ଓ ଆଗକୁ ଆହୁରି ବଢିବାର ସମ୍ଭାବନା ସୃଷ୍ଟି ହୋଇଛି ।

କିଛି ବ୍ୟବସାୟୀଙ୍କ ମତ ଜାନୁୟାରୀ ଶେଷ ସୁଦ୍ଧା ରସୁଣର ଖୁଚୁରା ମୂଲ୍ୟ କିଲୋ ପ୍ରତି ୨୫୦ରୁ ୩୫୦ଟଙ୍କା ମଧ୍ୟରେ ରହିବ । ବଜାରରେ ନୂଆ ଫସଲ ଆସିବା ପରେ ହିଁ ମୂଲ୍ୟରେ ସୁଧାର ଆସିବ । ଯଦି ବଜାରରେ ଆବଶ୍ୟକ ଯୋଗାଣ ହେବ ନାହିଁ ତେବେ ମାର୍ଚ୍ଚ ପର୍ଯ୍ୟନ୍ତ ମୂଲ୍ୟ ଉଚ୍ଚା ରହିପାରେ ।

Get real time updates directly on you device, subscribe now.