fbpx

ବନ୍ଦ କରାଯିବ ‘ନର୍କର ଦ୍ୱାର’, ତୁର୍କମେନିସ୍ତାନ ସରକାର ଦେଲେ ଆଦେଶ

AAKASH

ନୂଆଦିଲ୍ଲୀ: ତୁର୍କମେନିସ୍ତାନରେ ଗତ ୫୦ ବର୍ଷ ହେଲା ଜଳୁଥିବା ‘ନର୍କର ଦ୍ୱାର’ ବା ଗେଟୱେ ଟୁ ହେଲ୍ କୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ତୁର୍କମନେିସ୍ତାନର କାରକୁମ ମରୁଭୂମିରେ ଥିବା ଏହି ୨୨୯ ଫୁଟ୍ ଚଉଡ଼ା ଓ ୬୬ ଫୁଟ୍ ଗଭୀର ବିଶିଷ୍ଟ ଗାତରେ ମିଥେନ୍ ଗ୍ୟାସ୍ ର ନିର୍ଗତ ହେବାଫଳରେ ୫୦ ବର୍ଷ ହେଲା ନିଆଁ ଜଳିଆସୁଛି । ଏବେ ଏହି ଦେଶର ରାଷ୍ଟ୍ରପତି ଗୁବାଙ୍ଗୁଲି ବର୍ଡିମୁଖାମେଦୋବ୍ ଅଧିକାରୀ ମାନଙ୍କୁ ଆଦେଶ ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ଗେଟୱେ ଟୁ ହେଲ୍ କୁ ବନ୍ଦ କରାଯାଉ । ଏଥିପାଇଁ ଯାହାକି ପ୍ରୟାସ କରିବାକୁ ପଡ଼ୁଛି କରାଯାଉ ।

ରାଷ୍ଟ୍ରପତି ଏହି ଗାତ କାରଣରୁ ହେଉଥିବା ପରିବେଶ ପ୍ରଦୁଷଣ ଓ ଟଙ୍କାର କ୍ଷତିକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ନର୍କର ଦ୍ୱାର କୁହାଯାଉଥିବା ଏହି ଗାତକୁ ଦରବାଜା ଗ୍ୟାସ୍ କ୍ରେଟର୍ ବି କୁହାଯାଏ । ୨୦୧୦ରେ ମଧ୍ୟ ରାଷ୍ଟ୍ରପତି ଏହି ଗାତର ନିଆଁ ଲିଭାଇବାକୁ ନିର୍ଦ୍ଦେଶ ଦେଇଥିଲେ । ୧୯୭୧ରୁ ଲଗାତର ଭାବେ ଏହି ଗାତରେ ନିଆଁ ଜଳିଆସୁଛି । ଦୀର୍ଘ ୫୦ ବର୍ଷ ହେଲା ଏଠାରେ କେବଳ ନିଆଁ ଜଳି ଆସୁଥିବାରୁ ଏଠାକୁ ଅନେକ ପର୍ଯ୍ୟଟକ ମାନେ ଦେଖିବାକୁ ଆସନ୍ତି ।

ଏହି ଗାତ ନିକଟରେ ଦରବାଜା ନାମକ ଏକ ଗାଁ ଥିବାରୁ ଏହାର ନାମ ଦରବାଜା ଗ୍ୟାସ୍ କ୍ରେଟର୍ ବୋଲି ମଧ୍ୟ କୁହାଯାଏ । ଏହାକୁ ନର୍କର ଦ୍ୱାର ବୋଲି କୁହାଯାଏ । ୫୦ ବର୍ଷ ତଳେ ଋଷର ଏକ ବୈଜ୍ଞାନିକ ଦଳ ଏଠାକୁ ଆସିଥିଲେ । ସେମାନେ ଏହି ଜାଗାକୁ ଖୋଳିବାକୁ ଚେଷ୍ଟା କରିଥିଲେ । ସେ ସମୟରେ ଖୋଳିବା ମେସିନ୍ ଏହି ଗାତକୁ ଖସିଯାଇଥିଲା । ଯାହାପରେ ଏଠାକୁ ମିଥେନ୍ ଗ୍ୟାସ୍ ନିର୍ଗତ ହେବା ଆରମ୍ଭ ହୋଇଥିଲା । ମିଥେନ୍ ଗ୍ୟାସ୍ ପରିବେଶ ପାଇଁ ଅନୁପଯୁକ୍ତ ଥିବାରୁ ବୈଜ୍ଞାନିକ ଏଥିରେ ନିଆଁ ଳଗାଇ ଦେଇଥିଲେ ଓ ସେବେଠାରୁ ଏଠାରେ ନିଆଁ ଜଳି ଆସୁଛି ।

ତେବେ ଏହା ପୂର୍ବରୁ ଏହାକୁ ପୋତିବାକୁ ଅନେକ ଚେଷ୍ଟା କରାଯାଇଛି ହେଲେ ସବୁଥର ବିଫଳତା ମିଳିଛି । ଦିନକୁ ଦିନ ଏହାର ଚଉଡା ବଢ଼ିଚାଲିଛି । ଆଉ ଏବେ ଏହା ଏକ ପର୍ଯ୍ୟଟନ ସ୍ଥଳ ପାଲଟିଛି । ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ଏହି ଗାତର ଚାରିପେଟ ଘେରାବନ୍ଦୀ କରିଛନ୍ତି । ଯାହାଫଳରେ କୌଣସି ପର୍ଯ୍ୟଟକ ଅସୁବିଧାର ନପଡ଼ୁ । କାରଣ ଏହି ନିଆଁରୁ ବେହୋସ୍ କରିବା ପରି ଦୁର୍ଗନ୍ଧ ଆସିଥାଏ । ଅଧିକ ସମୟ ଏଠାରେ ରହିଲେ ବେହୋସ୍ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.