fbpx

ଫୋବର୍ସ ଟପ୍-୧୦ ଧନୀ ତାଲିକାରେ ଦୁଇ ଭାରତୀୟ: ବଫେଟଙ୍କୁ ପଛରେ ପକାଇ ନମ୍ବର-୫ରେ ପହଞ୍ଚିଲେ ଅଦାନୀ

Advertisement

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ଭାଗ୍ୟ ଦିନକୁ ଦିନ ଖାଲି ଚମକିବାରେ ଲାଗିଛି । ସତେ ଯେମିତି ସ୍ୱୟଂ ମାଆ ଲକ୍ଷ୍ମୀ ଅଦାନୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରୁଛନ୍ତି । ଭାରତର ଅଦାନୀ ବର୍ତ୍ତମାନ ବିଶ୍ୱର ଟପ୍-୫ କୁବେରପତି ଲିଷ୍ଟକୁ ଏଣ୍ଟ୍ରି ମାରିଛନ୍ତି । ଏହି ତାଲିକାରେ ସେ ୱାରେନ୍ ବଫେଟଙ୍କୁ ଅତିକ୍ରମ କରିଯାଇଛନ୍ତି । ଅଦାନୀଙ୍କ ମୋଟ ନେଟ୍ ୱର୍ଥ ୧୨୩.୧ ବିଲିୟର ଡଲାରେ ପହଞ୍ଚି ଯାଇଛି । ଅନ୍ୟପଟେ ୧୨୧.୭ ବିଲିୟନ ଡଲାର ନେଟ୍ ୱର୍ଥ ସହ ବଫେଟ୍ ଏବେ ବିଶ୍ୱର ଧନୀ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଫୋର୍ବସ ଲିଷ୍ଟର ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ଏପରି ଭାବେ ଦୁନିଆର ସବୁଠାରୁ ଧନୀ ଲିଷ୍ଟରେ ଦୁଇଜଣ ଭାରତୀୟ ସ୍ଥାନ ପାଇଛନ୍ତି । ମୁକେଶଙ୍କର ମୋଟ ସମ୍ପତ୍ତି ୧୦୩.୭୦ ବିଲିୟନ ଡଲାରରେ ପହଞ୍ଚିଛି । ଟେସଲା ଓ ସ୍ପେସେକ୍ସର ଅଧ୍ୟକ୍ଷ ଏଲନ ମସ୍କ ଏହି ଲିଷ୍ଟରେ ଟପରେ ରହିଛନ୍ତି । ଏଲନଙ୍କର ମୋଟ ସମ୍ପତ୍ତିର ପରିମାଣ ୨୬୯.୭୦ ବିଲିୟନ ଡଲାର ।

ଦ୍ୱିତୀୟ ସ୍ଥାନରେ ଥିବା ଜେଫ ବେଜୋସଙ୍କର ମୋଟ ସମ୍ପତ୍ତିର ପରିମାଣ ୧୭୦.୨ ବିଲିୟନ ଡଲାର, ତୃତୀୟ ସ୍ଥାନରେ ଥିବା ଫ୍ରାନ୍ସର ବର୍ଣ୍ଣାର୍ଡ ଅର୍ନାଲ୍ଟଙ୍କର ମୋଟ ସମ୍ପତ୍ତି ୧୬୬.୮ ବିଲିୟନ ଡଲାର, ଚତୁର୍ଥ ସ୍ଥାନରେ ଥିବା ବିଲ ଗେଟ୍ସଙ୍କର ମୋଟ ସମ୍ପତ୍ତି ୧୩୦.୨ ବିଲିୟନ ଡଲାର, ସପ୍ତମ ସ୍ଥାନରେ ଥିବା ଲ୍ୟାରୀ ଏଲିସନଙ୍କର ମୋଟ ସମ୍ପତ୍ତି ୧୦୭.୬ ବିଲିୟନ ଡଲାର, ନବମ ସ୍ଥାନରେ ଥିବା ଲ୍ୟାରି ପେଜଙ୍କର ମୋଟ ସମ୍ପତ୍ତି ୧୦୨.୪ ବିଲିୟନ ଡଲାର, ଦଶମ ସ୍ଥାନରେ ଥିବା ସର୍ଗେଇ ବ୍ରିନଙ୍କର ମୋଟ ସମ୍ପତ୍ତି ୯୮.୫ ବିଲିୟନ ଡଲାର ରହିଛି ।

Get real time updates directly on you device, subscribe now.