fbpx
BSKY
BJD SHG SKY
BJD MC SKY

ପନ୍ତଙ୍କ ଉପରେ ବର୍ଷିଲେ ଗାଭାସ୍କର, WTC ଫାଇନାଲରେ ଭାରତର ଲଜ୍ଜାଜନକ ପରାଜୟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତର ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର । ମ୍ୟାଚ ହାରିବା ପରେ ଗାଭାସ୍କର ୱିକେଟରକ୍ଷକ ରିଷଭ ପନ୍ଥଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡଠାରୁ ୮ ୱିକେଟରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା । ତେବେ ଏହି ମ୍ୟାଚରେ ଭାରତ ହାରିବାର ମୁଖ୍ୟ କାରଣ ବ୍ୟାଟ୍ସମ୍ୟାନମାନଙ୍କର ଦୁର୍ବଳ ପ୍ରଦର୍ଶନ ବୋଲି ସେ କହିଛନ୍ତି ।

ମ୍ୟାଚର ଦ୍ୱିତୀୟ ପାଳିରେ ପନ୍ତ କ୍ରିଜରେ ରହି ଭଲ ଖେଳୁଥିଲେ ମଧ୍ୟ ଖରାପ ସର୍ଟ ଖେଳି ୪୧ ରନରେ ପାଭିଲିୟନ ଫେରିଯାଇଥିଲେ । ଗାଭାସ୍କର କହିଛନ୍ତି ଯେ, ଲାପରବାହୀ ସଟ୍ କାରଣରୁ ପନ୍ତ ଆଉଟ୍ ହୋଇଥିଲେ । ଅନେକ ସମୟରେ ପନ୍ତ ୯୦ ରନ୍ କରି ଖେଳୁଥିବା ବେଳେ ଖରାପ ସଟ୍ କାରଣରୁ ନିଜର ଶତକ ମଧ୍ୟ ପୂର୍ଣ୍ଣ କରିନାହାନ୍ତି । ପନ୍ତଙ୍କ ପାଖରେ ଭଲ ଟେକନିକ୍ ଓ ଡିଫେନ୍ସ ଖେଳିବାର କ୍ଷମତା ରହିଥିଲେ ସଟ୍ ସିଲେକ୍ସନ ହେଉଛନ୍ତି ତାଙ୍କର ସବୁଠାରୁ ବଡ଼ ଦୁର୍ବଳତା ।
ଭାରତୀୟ ଖେଳାଳିମାନେ ପ୍ରଥମ ପାଳିରେ ଉଚ୍ଚକୋଟୀରେ ପ୍ରଦର୍ଶନ କରିଥିଲେ, ମାତ୍ର ଦ୍ୱିତୀୟରେ ପାଳିରେ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ । ଚେତେଶ୍ୱର ପୂଜାରୀ, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମାଙ୍କ ପରି ପ୍ରତିଭାବାନ ଖେଳାଳିଙ୍କର ବ୍ୟାଙ୍କ ଧିମା ପଡ଼ିଯାଇଥିଲା । ଫଳରେ ଭାରତ ୧୭୦ ରନ ମଧ୍ୟରେ ସୀମିତ ରହିଯାଇଥିଲା । ଅପରପକ୍ଷେ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ବୋଲର ଭଲ ପ୍ରଦର୍ଶନ କରିପାରିନଥିଲେ ବୋଲି ସେ କହିଥିଲେ ।

Get real time updates directly on you device, subscribe now.