fbpx

ଜିନପିଙ୍ଗଙ୍କୁ ଶକ୍ତ ଝଟକା! ଚୀନ ଛାଡି ଭାରତ ଆସୁଛି ଏହି ପ୍ରସିଦ୍ଧ କମ୍ପାନୀ

କରୋନା ଭାଇରସ୍ ସଙ୍କଟ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଲାଗିଛି ଶକ୍ତ ଝଟକା । ବିଶ୍ୱର ୮୦ରୁ ଅଧିକ ଦେଶକୁ ଫୁଟୱିୟର ବା ଜୋତା ଯୋଗାଉଥିବା ଜର୍ମାନୀ କମ୍ପାନୀ ଭନ୍ ୱେଲକ୍ସ ଏହାର ଉତ୍ପାଦନକୁ ଚୀନରୁ ଭାରତକୁ ସ୍ଥାନାନ୍ତର କରିବାକୁ ଯାଉଛି । ଏହି କମ୍ପାନୀ ଭାରତର ଆଗ୍ରା ସ୍ଥିତ ଏକ ୟୁନିଟକୁ ସ୍ତାନାନ୍ତର ହେବ ବୋଲି ଜଣାପଡିଛି । ପ୍ରତିବର୍ଷ ଆଗ୍ରାଠାରେ ୩ ମିଲିୟନ ଜୋତା ତିଆରି ହେବ । ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଆଗ୍ରାରେ ୧୧୦ କୋଟି ବିନିଯୋଗ କରିବ, ଯେଉଁଥିରେ୧୦,୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଜର୍ମାନ କମ୍ପାନୀ ଭାରତର ଲାଟ୍ରିକ ଇଣ୍ଡଷ୍ଟ୍ରିଜ୍ ସହ ମିଶି କାମ କରିବ । ଆଗାମୀ ଦୁଇ ବର୍ଷ ଭିତରେ କମ୍ପାନୀ ପୁଣି ନିବେଶ କରିବ ।

ତେବେ ପ୍ରଥମ ପର୍ଯ୍ୟାୟରେ ଆଗ୍ରାଠାରେ ୟୁନିଟ୍ ସ୍ଥାପନ କରିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏକ ସହାୟକ ୟୁନିଟ୍ ସ୍ଥାପନ କରିବ କମ୍ପାନୀ । ଏହା କମ୍ପାନୀକୁ କଞ୍ଚାମାଲ୍ ଯୋଗାଇବାରେ ସାହାର୍ଯ୍ୟ କରିବ ।

Get real time updates directly on you device, subscribe now.