fbpx

ଜର୍ମାନୀ ବୈଜ୍ଞାନିକଙ୍କୁ ବଡ଼ ସଫଳତା: ‘ଶିବ-ଶକ୍ତି’ ନାମକ ଦୁଇ ପ୍ରାଚୀନ ପାର୍ଟିକିଲ୍ ଆମର ଆକାଶଗଙ୍ଗାକୁ ନିର୍ମାଣ କରିଥିବା ନେଇ ମିଳିଲା ସନ୍ଧାନ

ନୂଆଦିଲ୍ଲୀ: ଆମର ଆକାଶଗଙ୍ଗା ବା ମିଲକ ୱେକୁ ନିର୍ମାଣ କରିଥିବା ଦୁଇ ପ୍ରାଚୀନ ପାର୍ଟିକିଲ ବା କଣ ସନ୍ଧାନ କରିଛନ୍ତି ଜର୍ମାନୀ ବୈଜ୍ଞାନିକ । ଏହି ଦୁଇ କଣ ମିଶି ଆମର ଆକାଶଗଙ୍ଗାକୁ ତିଆରି କରିଥିବା କୁହାଯାଉଛି । ଏଥିପାଇଁ ବୈଜ୍ଞାନିକମାନେ ଗାଇୟା ସ୍ପେସ ଟେଲିସ୍କୋର ଉପଯୋଗ କରିଥିଲେ । ଏହି ଟେଲିସ୍କୋପ ସହାୟତାରେ ଜର୍ମାନୀର ସବୁଠାରୁ ବଡ଼ ସାଇଣ୍ଟିଫିକ୍ ପ୍ରତିଷ୍ଠାନ ମ୍ୟାକ୍ସ ଫ୍ଲେଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋନୋମୀ ତରଫରୁ ଆକାଶଗଙ୍ଗାକୁ ନିର୍ମାଣ କରିଥିବା ଦୁଇ ପ୍ରାଚୀନ କଣର ସନ୍ଧାନ କରାଯାଇଛି । ସେମାନଙ୍କର ନାମ ଦିଆଯାଇଛି ଶିବ ଓ ଶକ୍ତି ।

ନୀଳ ରଙ୍ଗର ଡଟସ୍ ଶିବ ହୋଇଥିବା ବେଳେ ହଳଦିଆ ରଙ୍ଗର ଡଟସ୍ ଶକ୍ତି ଅଟେ । ଏହି ଦୁଇ କଣ ମିଶି ଆମର ଆକାଶଗଙ୍ଗାକୁ ତିଆରି କରିଛନ୍ତି । ଏହି ଡଟସ୍ ବା କଣ ପ୍ରକୃତର ତାରାମାନଙ୍କର ଦୁଇଟି ପ୍ରାଚୀନ ଲହର ଅଟେ । ବିଗ ବ୍ୟାଙ୍ଗ ଠାରୁ ୨୦୦ କୋଟି ବର୍ଷ ପରେ ସେମାନେ ମିଶି ଆକାଶଗଙ୍ଗା ତିଆରି କରିଥିଲେ । ଅର୍ଥାତ ପାଖାପାଖି ୧୨୦୦ କୋଟି ବର୍ଷ ପୂର୍ବେ ତିଆରି କରିଥିଲେ । ଶିବ ଓ ଶକ୍ତି ଅର୍ଥାତ ନୀଳ ଓ ହଳଦିଆର ଡଟସ ଥିବା ତାରାମାନଙ୍କର ଲହର ଏତେ ପୁରୁଣା ଯେ ସେମାନଙ୍କ ପରେ ହିଁ ଆମର ଆକାଶଗଙ୍ଗା ବକ୍ର ଅଂଶଗୁଡ଼ିକ ସୃଷ୍ଟି ହୋଇଥିଲା ।

ତା’ ପରଠାରୁ ଆକାଶଗଙ୍ଗା ବକ୍ର ଆକାର ଧାରଣ କରିଥିଲା । ସେଥିପାଇଁ ଜର୍ମାନୀ ବୈଜ୍ଞାନିକମାନେ ବ୍ରହ୍ମାଣ୍ଟ ସୃଷ୍ଟି କରିଥିବା ଭଗବାନ ଶିବ ଓ ଦେବୀ ଶକ୍ତିଙ୍କ ନାମରେ ଏହି ତାରାମାନଙ୍କର ଲହରକୁ ନାମିତ କରିଥିଲେ । ଆଜି ଆମେ ଯେଉଁ ଆକାଶଗଙ୍ଗାରେ ରହୁଛେ ତାହାର ମୂଳଦୁଆ ଏହି ଶିବ ଓ ଶକ୍ତି କଣ ପକାଇଥିଲେ । ତେବେ ଏତେ ସଂଖ୍ୟକ ପ୍ରାଚୀନ କଣ, ତାରାଙ୍କ ବେଲ୍ଟର ସନ୍ଧାନ କରିବା ଏକ ବଡ଼ ଖୁସିର କଥା । ଏହି ତାରାମାନେ ସୃଷ୍ଟି ହେବା ପରେ କ୍ରମାଗତ ଭାବେ ଆମର ଆକାଶଗଙ୍ଗାରେ ପରିବର୍ତ୍ତନ ହେଉଛି । ଗାଇୟା ସ୍ପେସ ଟେଲିସ୍କୋପ ବିନା ଏହାକୁ ସନ୍ଧାନ କରିବା ସମ୍ଭବ ହୋଇ ନଥାନ୍ତା ବୋଲି ଇନଷ୍ଟିଚ୍ୟୁଟର ଜଣେ ବୈଜ୍ଞାନିକ କହିଛନ୍ତି ।

ଗାଇୟା ଠାରୁ ମିଳିଥିବା ତଥ୍ୟ ସହାୟତାରେ ବୈଜ୍ଞାନିକଙ୍କର ଟିମ ଏହି ତାରାମାନଙ୍କର ଗ୍ରୁପର ଅର୍ବିଟକୁ ସନ୍ଧାନ କରିପାରିଥିଲା । ସେମାନଙ୍କର ନିର୍ମାଣର ତତ୍ତ୍ୱ ଖୋଜାଯିବା ସହିତ ସେମାନଙ୍କର ଗତି ଓ ବ୍ୟବହାରକୁ ହୃଦୟଙ୍ଗମ କରାଯାଇଥିଲା । କାରଣ ଏହି ଦୁଇ ତାରା ସମୂହ ଅର୍ଥାତ ନୀଳ ରଙ୍ଗର ଶିବ ଓ ହଳଦିଆ ରଙ୍ଗର ଶକ୍ତିର ନିର୍ମାଣ ଖାସ ପ୍ରକାରର ରାସାୟନିକ ମିଶ୍ରଣରେ ହୋଇଥିଲା । ସେଥିପାଇଁ ସେମାନଙ୍କର ନାମ ଶିବ-ଶକ୍ତି ରଖାଯାଇଥିଲା । ଗତ ୨୦୨୨ରେ ଗାଇୟା ଆକାଶଗଙ୍ଗାର ଭିତରର ଏକ ଅଂଶର ଫଟୋ ଉତ୍ତୋଳନ କରିଥିଲା । ତେଣୁ ଆମର ଗାଲାକ୍ସିରେ ଅନେକ ପ୍ରାଚୀନ ତାରା ରହିଥିବା ସେଥିରୁ ସ୍ପଷ୍ଟ ହୋଇଥିଲା । ତା’ପରେ ଆକାଶଙ୍ଗାର ପ୍ରାଚୀନ ତତ୍ତ୍ୱର ସନ୍ଧାନ କରିବା ସମୟରେ ଏହି ତାରାମାନଙ୍କର ସନ୍ଧାନ ମିଳିଥିଲା । କାରଣ ଏହି ତାରା ଦୁଇଟି ଲହରରେ ବିଭକ୍ତ ହୋଇଥିଲେ । ଆଜିର ଦିନରେ ତାରାମାନଙ୍କର ଅଲଗା ଅଲଗା ବ୍ୟବହାର ଦେଖିବାକୁ ମିଳୁଛି । ତା’ପରେ ନୂଆ ତାରା ସାମିଲ ହୋଇଥିଲେ ଓ ଆକାଶଗଙ୍ଗା ବକ୍ର ହେବାରେ ଲାଗିଥିଲା ।

Get real time updates directly on you device, subscribe now.