fbpx

ସ୍ଥାୟୀ ଜମାରେ ୯.୬ ପ୍ରତିଶତ ସୁଧ ପାଆନ୍ତୁ: ଦେଶର ୧୦ଟି ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତେ କମ୍ ନିବେଶରେ, କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାକୁ ଚାହାନ୍ତି । ତେବେ ଏଭଳି ସ୍ଥିତିରେ ଗ୍ରାହକଙ୍କ ପାଖରେ ଶେୟାର ବଜାର, ସୁନା ନିବେଶ, ମ୍ୟୁଚୁଆଲ ଫଣ୍ଡ, ରିକରିଂ ଡିପୋଜିଟ୍, ସ୍ଥାୟୀ ଜମା (ଏଫଡି), ଜୀବନ ବୀମା, ରିୟଲ ଇଷ୍ଟେଟ ଆଦି ଅନେକ ପ୍ରକାରର ନିବେଶ ବିକଳ୍ପ ରହିଥାଏ । ତେବେ ଗ୍ରାହକଙ୍କ ପାଇଁ ଏକ ଶସ୍ତା ଓ ସୁନ୍ଦର ନିବେଶ ପନ୍ଥା ହେଉଛି ଏଫଡିରେ ନିବେଶ । ଏଥିରେ ନିବେଶ କରି ଗ୍ରାହକମାନେ ୯.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ବି ପାଇ ପାରିବେ । ମାତ୍ର କେଉଁ ବ୍ୟାଙ୍କମାନେ ଏଭଳି ସୁବିଧା ପ୍ରଦାନ କରୁଛନ୍ତି ତା’ ବିଷୟରେ ଅନେକ ଲୋକ ଜାଣି ନଥିବାରୁ ଏହି ସୁବିଧା ଉଠାଇ ପାରିନଥାନ୍ତି ।

ତେବେ ଆପଣମାନେ ଯଦି କମ୍ ନିବେଶ କରି ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଁଥାନ୍ତି ତେବେ ଆପଣମାନେ କିଛି ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ନିବେଶ କରି ଅଧିକ ସୁଧ ପାଇପାରିବେ । କିଛି ବ୍ୟାଙ୍କ ପକ୍ଷରୁ ୫ ବର୍ଷିଆ ଅବଧି ବିଶିଷ୍ଟ ଏଫଡିରେ ଗ୍ରାହକଙ୍କୁ ୯.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ସାଧାରଣ ଗ୍ରାହକଙ୍କୁ ଏହି ଅବଧିର ଏଫଡି ଉପରେ ୯.୧ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ସେହିପରି ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ସାଧାରଣ ଗ୍ରାହକଙ୍କୁ ୧୦୧ ଦିନିଆର ଏଫଡି ଉପରେ ୯ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯.୫ ପ୍ରତିଶତ ସୁଧ ପ୍ରଦାନ କରୁଛି ।

ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ବ୍ୟାଙ୍କ ୧୦୦୦ ଦିନିଆ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୮.୫୧ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯.୧ ପ୍ରତିଶତ ସୁଧ ଅଫର କରୁଛି । ଇକ୍ୱିଟସ ସ୍ମଲ ଫାଇନାନ୍ସ ବ୍ୟାଙ୍କ ବ୍ୟାଙ୍କ ୮୮୮ ଦିନିଆ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୮.୫ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯ ପ୍ରତିଶତ ସୁଧ ଦେଉଛି । ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୨-୩ ବର୍ଷ ଅବଧିର ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୮.୫ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯ ପ୍ରତିଶତ ସୁଧ ପ୍ରଦାନ କରୁଛି । ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୫୦୦ ଦିନର ଏଫଡିରେ ସାଧାରଣ ଗ୍ରାହକଙ୍କୁ ୮.୫ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯ ପ୍ରତିଶତ ସୁଧ ଦେଉଛି ।

ଉକ୍ରର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୧୦୦୦ରୁ ୧୫୦୦ ଦିନିଆ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୮.୨୫ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୮.୮୫ ପ୍ରତିଶତ ସୁଧ ଦେଉଛି । ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୫୬୦ ଦିନିଆ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୮.୨୫ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୮.୭୫ ପ୍ରତିଶତ ସୁଧ ଦେଉଛି । ଶିବାଲିକ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୨୪-୩୬ ମାସିଆ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୮.୧୫ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୮.୬୫ ପ୍ରତିଶତ ସୁଧ ଦେଉଛି । ଏୟୁ ସ୍ମଲ ଫାଇନାନ୍ସ ୨୪ ମାସ ୧ ଦିନରୁ ୩୬ ମାସର ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୭.୭୫ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୮.୨୫ ପ୍ରତିଶତ ସୁଧ ପ୍ରଦାନ କରୁଛି ।

Get real time updates directly on you device, subscribe now.