fbpx

କଂଗ୍ରେସକୁ ଫେରିବେ ଗୁଲାମ ନବୀ ଆଜାଦ! ରାହୁଲଙ୍କ ଗାନ୍ଧୀଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇ ଛାଡ଼ିଥିଲେ ଦଳ

ନୁଆଦିଲ୍ଲୀ: କଂଗ୍ରସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ମନ୍ତବ୍ୟ ଦେଇ ଦଳ ଛାଡ଼ିଥିବ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପୁଣି ଥରେ ପାର୍ଟିକୁ ଫେରିପାରନ୍ତି । ଗୁଲାମ ନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏହି ବିଷୟରେ ନିଷ୍ପତି ଆସିପାରେ । କଂଗ୍ରେସ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଆଗାମୀ ମାସରେ ଭାରତ ଯୋଡ଼ ଯାତ୍ରା ଜମ୍ମୁ-କାଶ୍ମୀରରେ ପହଞ୍ଚିବ ଏହି ସମୟରେ ଗୁଲାମ ନବୀ ଆଜାଦ ପୁଣି ଥରେ କଂଗ୍ରସ ଦଳରେ ସାମିଲ ହୋଇପାରନ୍ତି ।

ଚଳିତ ବର୍ଷ ୨୬ ଅଗଷ୍ଟରେ ଆଜାଦ କଂଗ୍ରେସ ସହିତ ତାଙ୍କର ୫୨ ବର୍ଷର ସମ୍ପର୍କ ଶେଷ କରିବାକୁ ନିଷ୍ପତି ନେଇଥିଲେ । ଏହାପରେ ଅକ୍ଟୋବର ମାସରେ ଡେମୋକ୍ରାଟିକ୍ ଆଜାଦ କଂଗ୍ରେସ ନାମରେ ନିଜର ପାର୍ଟି ଗଠନ କରିଥିଲେ । ତେବେ ହିମାଚଳ ଏବଂ ଗୁଜରାଟ ବିଧାନସଭଅ ନିର୍ବାଚନ ସମୟରେ ଆଜାଦ୍ କହିଥିଲେ କି କେବଳ କଂଗ୍ରେସ ହିଁ ବିଜେପିର ମୁକାବିଲା କରିପାରିବ । ଏହି ବୟାନ ପରେ ଆଲୋଚନା ଜୋର ଧରିଥିଲା କି ଆଜାଦ ପୁଣି କଂଗେସ କୁ ଫେରି ପାରନ୍ତି । ନିକଟରେ ଦଳର ବରିଷ୍ଠ ନେତା ଦିଗବିଜୟ ସିଂ ଗୁଲାମ ନବୀ ଆଜାଦଙ୍କୁ ଭାରତ ଯୋଡ଼ ଯାତ୍ରାରେ ସାମଲ କରିବାକୁ ଅପିଲ୍ କରିଥିଲେ ।

କଂଗ୍ରେସ ସୁତ୍ରରୁ ମିଳିଥିବା କବର ଅନୁସାରେ ଦିଗବିଜୟଙ୍କ ଅପିଲ୍ ପରେ ଜି-୨୩ ନେତା ଅଖିଳୈଶ ପ୍ରସାଦ ସିଂ ଏବଂ ଭୁପିନ୍ଦର ସିଂ ହୁଡା ଆଜାଦଙ୍କ ସହିତ ଯୋଗାଯୋଗ କରିଥିଲ । ଦୁଇ ନେତା ଆଜାଦଙ୍କୁ କଂଗ୍ରେସକୁ ପେରାଇ ଆଣିବା ପାଇଁ ରାଜି କରିଛନ୍ତି ।

କୁହାଯାଉଛି କି କଂଗ୍ରେସ ବ୍ୟତିତ ଅନ୍ୟ କିଛି ନେତା ମଧ୍ୟ ଦଳକୁ ଫେରି ପାରନ୍ତି । ଗୁଲାମ ନବୀ ଆଜାଦ କଂଗ୍ରେସ ଚାଡ଼ିବା ସମୟରେ ଗାନ୍ଧୀ ପରିବାର ଉପରେ ଜୋରଦାର ଆକ୍ରମଣ କରିଥିଲେ । ଏହା ପରେ ମଧ୍ୟ ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଅଖିଳେଶ ପ୍ରସାଦ, ଭୁପିନ୍ଦର ସିଂ ହୁଡା ଏବଂ ଅମ୍ବିକା ସୋନିଙ୍କୁ ଦାୟିତ୍ୱ ଦିଆଯାଇଥିଲାଙ୍ଗାନ୍ଦୀ ପରିବାର ସହିତ ଅମ୍ବିକା ସୋନିଙ୍କର ଭଲ ସମ୍ପର୍କ ରହିଛି । ଅମ୍ବିକା ସୋନିଙ୍କର ଆଜାଦଙ୍କର ମଧ୍ୟ ଭଲ ସମ୍ପର୍କ ରହିଛି । ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ସହିତ ଆଲୋଚନା କରିବାକୁ ଆଜାଦଙ୍କୁ ଅମ୍ବିକା କହିଛନ୍ତି । କାରଣ ଆଜାଦ ରାହୁଲଙ୍କୁ ବ୍ୟକ୍ତିଗତ ଭାବେ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.