fbpx

ଘରେ ବସି ଏହି ଯୁବତୀ ଜଣଙ୍କ ବର୍ଷକୁ ରୋଜଗାର କରୁଛନ୍ତି ୩ କୋଟିରୁ ଅଧିକ ଅର୍ଥ, ଜାଣନ୍ତୁ ସେ କେଉଁସବୁ କାମ କରୁଛନ୍ତି

AAKASH

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟର ଜମାନାରେ ଅନେକ ଲୋକ ଘରେ ବସି କାମ କରି କୋଟି କୋଟି ଟଙ୍କା ଇନକମ୍ କରୁଛନ୍ତି । ଜଣେ ଯୁବତୀ ଫ୍ରିଲାନ୍ସ ରାଇଟିଂ, ଇନଫ୍ଲୁଏନ୍ସର ସ୍ପନସରଶିପ, ଇ-ବୁକ୍ ସେଲ୍ସ, କୋର୍ସ ସେଲ୍ସ, ଆଫିଲିଏଲଟ ରେଭିନ୍ୟୁ, ଆଡ୍ ରେଭିନ୍ୟୁ ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏହି ରୋଜଗାରରୁ ଏହି ୨୯ ବର୍ଷୀୟ ଯୁବତୀ ଜଣଙ୍କ ୩ଟି ଘର କିଣିସାରିଛନ୍ତି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଯୁବତୀ ଜଣଙ୍କ ଏପରି ମଲ୍ଟିଟାସ୍କିଂ ୱାର୍କ କରି ବର୍ଷକୁ ୩ କୋଟିରୁ ଅଧିକ ଅର୍ଥ ରୋଜଗାର କରୁଛନ୍ତି । ସେ ଗତ ୨୦୧୮ରେ ଫିଭରରେ ଫ୍ରିଲାନ୍ସ ରାଇଟିଂ ଓ ଅନ୍ୟ କାମ ମାଧ୍ୟମରେ ୨ କୋଟିରୁ ଅଧିକ କମାଇଛନ୍ତି । କ୍ଲାଏଣ୍ଟସଙ୍କ ପାଇଁ ବ୍ଲକ, ପ୍ରେସ୍ ରିଲିଜ ଓ ୱେବସାଇଟ କଣ୍ଟେଣ୍ଟ ଲେଖିବା ଆଦି କାମ ସେ କରିଥାନ୍ତି । ଫିଭର ପ୍ରୋ ୱେବସାଇଟ ଜରିଆରେ ତାଙ୍କୁ କାମ ମିଳିଥାଏ ।

ଆମେରିକାର ଫ୍ଲୋରିଡ଼ାରେ ରହୁଥିବା ଉକ୍ତ ଯୁବତୀଙ୍କ ନାମ ହେଉଛି ଆଲେଜେଣ୍ଡ୍ରା ଫାସୁଲୋ । ଫାସୁଲୋଙ୍କ ମତରେ ଆର୍ଥିକ କ୍ଷେତ୍ରରେ ସ୍ୱାଧୀନତା ପାଇବାକୁ ହେଲେ ୯ରୁ ୫ ସମୟ ବ୍ୟବଧାନର ଚାକିରି ଛାଡ଼ିଦେବା ଉଚିତ । ସେ ଇନଷ୍ଟାଗ୍ରାମରେ ଆକ୍ଟିଭ ରହିବା ସହ ଫ୍ରିଲାନ୍ସ ଫେୟାରଟେଲସ୍ ନାମକ ପୋଡକାଷ୍ଟ ମଧ୍ୟ ଉପସ୍ଥାପନା କରିଥାନ୍ତି । ସବୁ ସମୟରେ ଏଭଳି ହାଇ ଇନକମ କରିବା ଅସମ୍ଭବ, ତେଣୁ ଫାସୁଲୋ ଅର୍ଥ ସଞ୍ଚୟ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଅଧିକ ରେଣ୍ଟ ଦେଇ ଅଯଥାରେ ଅର୍ଥ ବର୍ବାଦରୁ ମୁକ୍ତି ପାଇବା ପାଇଁ ଫାସୁଲୋ ନିଜର ପାଇଁ ୨୦୨୧ରେ ପ୍ରଥମ ଓ ୨୦୨୨ରେ ଦ୍ୱିତୀୟ ଘର କିଣିଥିଲେ । ୪-୫ରୁ କିମିରୁ କମ୍ ଦୂରତା ବିଶିଷ୍ଟ ଯାତ୍ରା ପାଇଁ ଉବର ଉପଯୋଗ କରିବା ପରିବର୍ତ୍ତେ ସେ ପାଦରେ ଚାଲିଚାଲି ଅର୍ଥ ବଞ୍ଚାଇବା ସହ ନିଜକୁ ଫିଟ୍ ରଖିଥାନ୍ତି ।

Get real time updates directly on you device, subscribe now.